ଖୋଲିଲା ମାଆ ବିରଜାଙ୍କ ମନ୍ଦିର, ୧୦ମାସ ପରେ ମା’ଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ ।ଖୋଲିଲା ମାଆ ବିରଜାଙ୍କ ମନ୍ଦିର, ୧୦ମାସ ପରେ ମା’ଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ ।

0 262

ଯାଜପୁର,୨୯/୧୨(ପିପିଟି) : ଖୋଲିଲା ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର। ସକାଳ ୬ଟାରୁ କୋଭିଡ୍‌ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ। ଦୀର୍ଘ ୧୦ମାସ ପରେ ମାଆଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇପଡିଛନ୍ତି ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି।ମହିଳା ଓ ପୁରୁଷ ଭକ୍ତମାନଙ୍କ ପାଇଁ ଅଲଗା ଅଲଗା ଧାଡି କରାଯାଇଛି। ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜ୍‌ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଚଟାଣରେ ଗୋଲେଇ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ।

Leave A Reply

Your email address will not be published.