ଉପଜିଲ୍ଲାପାଳଙ୍କ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ ।

0 350

ଭଞ୍ଜନଗର ,୧୯/୧୨(ପିପିଟି); ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ଆଜି ଅଚାନକ ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥିଙ୍କ ହସ୍ପିଟାଲ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନ କରିଛନ୍ତି । ହସ୍ପିଟାଲର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ଡାକ୍ତର ସମସ୍ୟା ଉପରେ ଆଲୋଚନ କରିଥିଲେ । ଭିତ୍ତିଭୂମି ଉତ୍ତମ କରିବା ସହ ସ୍ୱଛତା, ପରିମଳ ବ୍ୟବସ୍ଥା , ଉତ୍ତମ ରୋଗୀ ସେବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ପରେ ହସ୍ପିଟାଲର ଅନ୍ୟ ବିଭାଗ ବୁଲି ଦେଖିଥିଲେ । ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ହସ୍ପିଟାଲ ମ୍ୟାନେଜର ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.