ରାୟଗଡା,୧୯/୧୨(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅଧିନ ରାମନାଗୁଡା ତହସିଲ ଅନ୍ତର୍ଗତ ରାମନାଗୁଡା ସର୍କଲର ପାରୀକ୍ଷିତି ମୌଜାରୁ ୨୧,ଅମଡିଙ୍ଗ ସର୍କଲର ନିଲାମଗୁଡା ମୌଜାରୁ ୧୦,ନାଲପଣ୍ଡା ମୌଜାରୁ ୧୪ ମୋଟ ୨୪,ଉକାମ୍ବା ସର୍କଲର ପଣସଗୁଡା ମୌଜାରୁ ୨୩ କୁଜେନ୍ଦ୍ରୀ ସର୍କଲରୁ କୁଜେନ୍ଦ୍ରୀରୁ ୨୯ ,ପେଣ୍ କାମ ମୌଜାରୁ ୨୯ ରାମନାଗୁଡା ତହସିଲ ଅନ୍ତର୍ଗତ ୪ ଟି ସର୍କଲରୁ ମୋଟ ୧୨୬ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା। ଆଜିର ଏହି ଘର ଡ଼ିହ ପଟ୍ଟାବଣ୍ଟନ ପାରୀକ୍ଷିତି ମୌଜାର ପୁରୁଟିଗୁଡାର ୨୧ ଜଣଙ୍କୁ ଦିଆଯାଇଥିଲା ।କରୋନା କୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ମୌଜାର ଲୋକଙ୍କୁ ନିଜ ଘରକୁ ପହଞ୍ଚାଇ ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ରାମନାଗୁଡା ସର୍କଲର ରାଜସ୍ୱ ନିରୀକ୍ଷକ ଭବାନୀ ଶବର, ଅମିନ ରାମଲତା ମାଣ୍ଡାଙ୍ଗି ପରିଚାଳନା କରିଥିବା ବେଳେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ତହସିଲଦାର ଜୟଶ୍ରୀ ମଲ୍ଲିକ,ବରିଷ୍ଠ କିରାଣୀ ଧନେଶ୍ୱର କୁମ୍ଭାର, ସୁପରଭାଇଜର ବିକାଶପାଳ ମଞ୍ଚାସିନ ଥିଲେ । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ପଟା ଗ୍ରହଣ କରିବା ନିମନ୍ତେ ଆସିଥିବା ହିତାଧିକାରୀଙ୍କୁ କାର୍ଯ୍ୟାଳୟର ଅମିନଙ୍କ ଦ୍ଵାରା କରୋନାକୁ ଦୃଷ୍ଟିରେ ରଖି ମାସ୍କ ବଣ୍ଟନ କରାଯାଇ ପଟ୍ଟା ବଣ୍ଟନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା କାର୍ଯ୍ୟାଳୟରେ ବଣ୍ଟନ ହୋଇନଥିବା ପଟ୍ଟା ଗୁଡିକ ନିର୍ଦ୍ଧିଷ୍ଟ ଗ୍ରାମମାନଙ୍କୁ ଯାଇ ଆଜି ସନ୍ଧ୍ୟା ସୁଦ୍ଧା ଲୋକମାନଙ୍କୁ ବଣ୍ଟନ କରିବା ନିମନ୍ତେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ପାଳନ କରି ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ ଏବଂ ଅମିନ ରାମଲତା ମାଣ୍ଡାଙ୍ଗି ହିତାଧିକାରୀଙ୍କ ଘରକୁ ଯାଇ ପଟ୍ଟା ବଣ୍ଟନ କରିଥିବା ତହସିଲଦାର ପ୍ରକାଶ କରିଛନ୍ତି ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )