ନାବାଳିକାକୁ ଉଦ୍ଧାର କରିବକୁ ଯାଇ ତହସିଲଦାର ନାକେଦମ,ସପ୍ତାହରେ କୁକୁଡାଖଣ୍ଡିରେ ବିବାହ ବେଦୀରୁ ଉଦ୍ଧାର ହେଲେଣି ତିନି ନାବାଳିକା ।

0 700

କୁକୁଡାଖଣ୍ଡି,୦୯/୧୨(ପିପିଟି);ପ୍ରଶାସନିକ ସ୍ତରରେ ନାବାଳିକା ବିବାହ ପ୍ରଥା ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ସ୍ତରରେ ହେଉ ଅବା ବ୍ଲକ ସ୍ତରରେ ଯେତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ କଲେ ମଧ୍ୟ କୌଣସି ପ୍ରକାରେ ଜନସାଧାରଣ ସଚେତନ ହେବାର ଦେଖାଯାଉନାହିଁ । ଚଳିତ ସପ୍ତାହରେ କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀର ଅତିରିକ୍ତ ଦାୟିତ୍ୱ ବହନ କରୁଥିବା କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ତିନି ଜଣ ନାବାଳିକାଙ୍କୁ ବାହାବେଦୀରୁ ସ୍ଥାନୀୟ ସଦର ପୋଲିସ୍ ଓ ଚାଇଲଡ୍ ଲାଇନ୍ ସହାୟତାରେ ଉଦ୍ଧାର କରିଥିବା ଦେଖିବାକୁ ମିଳିଚି । ସେଥିମଧ୍ୟରୁ କେବଳ ବ୍ରହ୍ମପୁର ସହରତଳି ଅଞ୍ଚଳ ଆଙ୍କୁଶପୁର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଦୁଇ ଜଣ ଉଦ୍ଧାର ହେଲେଣି । ଆଜି ରତ୍ନପୁର ଗ୍ରାମର ଜଣେ ୧୫ ବର୍ଷ ବୟସର ନାବାଳିକାର ବାହାଘର ଜଣେ ୩୫ ବର୍ଷ ବୟସର ବ୍ୟକ୍ତିଙ୍କ ସହ ହିଞ୍ଜିଳି ଥାନା ଅନ୍ତର୍ଗତ କୁରେଇଶୁଣି ମନ୍ଦିରରେ କରେଇବା ପାଇଁ ପରିବାର ବର୍ଗ ଯୋଜନା କରିଥିଲେ । ଏପରିକି ଘର ସାମ୍ନାରେ ସାଜସଜା ସାଙ୍ଗକୁ ବାଜା ରୋଷେଣି ଭୋଜି ଭାତର ମଧ୍ୟ ଆୟୋଜନ ସାରିଥିଲା । କୌଣସି ସୂତ୍ରରୁ ଖବର ପାଇଁ ପ୍ରଶାସନ ଉଦ୍ଧାର ପାଇଁ ପାହଞ୍ଚିବା ପରେ କୁକୁଡାଖଣ୍ଡି ତହସିଲଦାରଙ୍କୁ ନାକେଦମ ହେବାକୁ ପଡିଥିଲା । ପ୍ରଥମେ ପ୍ରଶାସନକୁ ଚକମା ଦେଖାଇ ନାବାଳିକାକୁ ଘରୁ ମନ୍ଦିରକୁ ନେଇଥିଲେ ଅଧିକାରୀ ଓ ପୋଲିସ ପହଞ୍ଚିବା ଖବର ପାଇଁ ବାହାବେଦୀରୁ ନାବାଳିକା ସମେତ ବରକୁ ରତ୍ନପୁର ନେଇ ଆସିଥିଲେ ପରିବାର ବର୍ଗ ଏବଂ ଏଠି କୌଣସି ବାହାଘର ହେଉନାହିଁ ବୋଲି କହିବା ସହ ତହସିଲଦାରଙ୍କୁ ଆଇନର ପାଠ ପଢ଼ାଇଥିଲେ ପରିବାର ବର୍ଗ ଦୀର୍ଘ ତିନି ଘଣ୍ଟା ଅପେକ୍ଷା କରିବା ପରେ ନାବାଳିକାକୁ ଉଦ୍ଧାର କରି ନିଜ ଗାଡ଼ିରେ ବସାଇ ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲେ ତହସିଲଦାର । ପୂର୍ବରୁ ବ୍ଲକ ଅନ୍ତର୍ଗତ ହୁଗୁଳାପଟା ଗ୍ରାମରେ ଥିବା ଠାକୁରାଣୀ ସାହିରେ ଜଣେ ୧୫ବର୍ଷର ନାବାଳିକା ଝିଅର ବାହାଘର ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତାରେ ହେଉଥିବା ନେଇ ଅଭିଯୋଗ ଆସିବା ଉଦ୍ଧାର କରିଥିଲା ପ୍ରଶାସନ । ତେବେ ଏହି ପ୍ରଥା ଉପରେ ସମ୍ପୂର୍ଣ ରୂପରେ କିପରି ଲାଗିବ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଅଲୋଡ଼ନ ସୃଷ୍ଟି ହେଉଚି । କେତେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁନଥିବା ଚିନ୍ତା ଜନକ ବିଷୟ ହୋଇଛି ।

Leave A Reply

Your email address will not be published.