୮ ଡିସେମ୍ବର ଭାରତ ବନ୍ଦକୁ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ସମର୍ଥନ ।

0 478

ବ୍ରହ୍ମପୁର,ତା ୦୭/୧୨; କେନ୍ଦ୍ରର ମୋଦୀ ସରକାର ଦ୍ୱାରା ପ୍ରଣୀତ ତିନିଟି କୃଷି ଆଇନ ଦେଶର ସ୍ୱାର୍ଥ ବିରୋଧୀ । ଏଥିଦ୍ୱାରା ଚାଷୀମାନେ ନିଜେ ନିଜ ଜମି ଉପରେ ଥିବା ନିୟନ୍ତ୍ରଣ ହରାଇବସିବେ, କର୍ପୋରେଟ ମାଲିକମାନେ ଏହାକୁ ନିୟନ୍ତ୍ରଣ କରିବେ । ଅତ୍ୟାବଶ୍ୟକୀୟ ଆଇନରେ ସଂଶୋଧନ ହେବା ଦ୍ୱାରା ସର୍ବାଧିକ ମହଜୁଦ ରଖିବା ନିୟମ ଉଠାଇ ଦିଆଯାଇଛି, ଫଳରେ ଖାଉଟିମାନେ ଅଧିକ ଦରରେ ଜିନିଷ କିଣିବେ, ସରକାର ଦରଧାର୍ଯ୍ୟ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ହରାଇ ବସିବେ, ମଣ୍ଡିରେ ଚାଷୀର ଫସଲ କିଣିବା ବ୍ୟବସ୍ଥା ଉଠାଇ ଦେବା ଦ୍ୱାରା ଚାଷୀମାନେ ବ୍ୟବସାୟୀଙ୍କ ଦୟାରେ ଫସଲ ବିକିବାକୁ ବାଧ୍ୟ ହେବେ, ପ୍ରଣୀତ କୃଷି ଆଇନରେ ଅଦାଲତରେ ଚୁକ୍ତିର ଖିଲାପ ହେଲେ ଅଦାଲତରେ ତାର ବିଚାର ନହୋଇ ଜିଲ୍ଲାପାଳ କରିବେ । ଏଥିଦ୍ୱାରା ଅଦାଲତର ପରିସରକୁ ସଂକୁଚିତ କରିଛନ୍ତି, ସରକାର ଚାଷରେ ମଧ୍ୟସ୍ଥି ବ୍ୟବସ୍ଥା ଉଠେଇ ଦେବା କହୁଥିବା ବେଳେ ଯୁଦ୍ଧ ବିମାନ ରାଫେଲ କିଣିବା ପାଇଁ ଅନିଲ ଅମ୍ବାନୀକୁ ମଧ୍ୟସ୍ଥ କିପରି କଲେ, ସର୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଚୀନରୁ କିଣିବା ବେଳେ କାହିଁକି ମଧ୍ୟସ୍ଥ ନିଯୁକ୍ତି କଲେ, କେନ୍ଦ୍ର ସରକାର ପ୍ରଣୀତ କୃଷୀ ଆଇନକୁ ପ୍ରତ୍ୟାହାର କରିବା ଲାଗି ଦେଶର ଚାଷୀ ମାନେଦେଇଥିବା ଡିସେମ୍ବର ୦୮ ତାରିଖ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଉଥିବା ଗଞ୍ଜାମ ଓକିଲ ସଂଘ ବ୍ରହ୍ମପୁରର ଅଧ୍ୟକ୍ଷ ଭଗବାନ ସାହୁ ଜଣାଇଛନ୍ତି ।

Leave A Reply

Your email address will not be published.