“ମୋ ଖତ “ର ଶୁଭାରମ୍ଭ କଲେ ବିଧାୟିକା, ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୬୨ ଲକ୍ଷ ଟଙ୍କାର ଶୁଭଦେଲେ ।

0 679

କୋଦଳା,୦୨/୧୨(ପିପିଟି);ବୁଧବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ବର୍ଯ୍ୟବସ୍ତୁ କେନ୍ଦ୍ରରୁ ବାହାରୁଥିବା ଜୈବ ଖତ “ମୋ ଖତ ” ର ଶୁଭାରମ୍ଭ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳ ରେ ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି କଲ୍ୟାଣମଣ୍ଡପ ପରିସର ରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନେତୃତ୍ୱରେ ସ୍ୱଚ୍ଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏନ୍ଏସି କର୍ମକର୍ତ୍ତା, ଶତାଧିକ ଚାଷୀ ଓ ମହିଳାଙ୍କ ଉପସ୍ଥିତିରେ ବିଧାୟିକା “ମୋଖତ”ର ଶୁଭାରମ୍ଭ କରିବା ସହିତ ୨କେଜି ଖତକୁ ୪୦ ଟଙ୍କା ଦେଇ କିଣିଥିବା ବେଳେ ୧୦ ଜଣ ଚାଷିଙ୍କୁ ମାଗଣା ରେ ୨କେଜି ଲେଖାଏ ଖତ ପ୍ରଦାନ କରିଥିଲେ!ପରେ ପରେ ଜଣ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରିଥିଲେ ଏବଂ ୪୫ ସଫେଇ କର୍ମଚାରିଙ୍କୁ ସୁରକ୍ଷା କବଚ କିଟ ପ୍ରଦାନ କରିଥିଲେ । ପରେ ପରେ ବିଧାୟିକା ସେଠାରୁ ବାହାରି କଲ୍ୟାଣ ମଣ୍ଡପ ଠାରେ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ୩୮ଲକ୍ଷ, ବସଷ୍ଟାଣ୍ଡ ଠାରେ ପୋଲିସ ପରିଦର୍ଶିକା ଗୃହ, ଏବଂ “ଆଇ ଲଭ କୋଦଳା “ସେଲ୍ଫି ପଇଁଟ୍ ଦୁଇଗୋଟି ପାଇଁ ୨୪ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟକୁ ଶୁଭ ଦେବା ସହ ସେଗୁଡିକୁ ଶୀଘ୍ର ଆରମ୍ଭ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି । ସେଠାରୁ ଫେରି ଗୋଲାସାହିର ରୋଗକ୍ରାନ୍ତ ଦୁଇ ନାଵାଳାକ ଚିକିଛା ସମୟରେ ଜଣେ ମୃତ୍ୟୁ ବରଣ କରିଥିଲେ ଏବଂ ଅନ୍ୟ ଜଣେ ସୁସ୍ଥ ହୋଇ ଫେରିଥିବା ପରିବାର ନିକଟକୁ ଯାଇ ସେମାନଙ୍କୁ ସମବେଦନା ଜଣାଇବା ସଂଗେ ସଂଗେ ଅନ୍ୟ ଜଣେ ରୋଗାକ୍ରାନ୍ତ ମହିଳା ସସ୍ମିତାଙ୍କ ଘରକୁ ଯାଇ ତାକୁ ଦେଖିବା ସହିତ ମେଡିକାଲ ପହଞ୍ଚାଇବା ପାଇଁ ପରାମର୍ଶ ଦେଇ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ସେହି ସାହିର ଉନ୍ନୟନ କାର୍ଯ୍ୟକୁ ଯୁଦ୍ଧକାଳିନ ଭିତ୍ତିରେ ଶେଷ କରିବାକୁ ନିର୍ବାହୀ ଅଧିକାରିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.