ଖଲ୍ଲିକୋଟର ଭାକୁଟିଡିହ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଛି କିନ୍ତୁ ପାନୀୟ ଜଳ ଯୋଗାଣ ହେଉ ନାହିଁ ।

0 837

ଖଲ୍ଲିକୋଟ,୦୧/୧୨(ପିପିଟି); ଗଞ୍ଜାମ ଜିଲ୍ଲାରେ ପାନୀୟ ଜଳ ଯୋଗାଣ କାର୍ଯ୍ଯରେ ଅନିୟମିତତା ଓ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । କିନ୍ତୁ ଦୁର୍ନୀତିର ସଂପର୍କରେ ଭିଜିଲାନ୍ସ ଓ ଜିଲ୍ଲା ପ୍ରଶାସନ ସବୁ ଜାଣି ନଜଣିବା ଭଳି ଅଭିନୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଦୁର୍ନୀତି ଏକ ଅଧିକାର ଭଳି ପ୍ରଚଳିତ ହେଲାଣି । ଖଲ୍ଲିକୋଟ ଅଞ୍ଚଳରେ ଦୀର୍ଘ ୨୦ ବର୍ଷ ମଧ୍ୟରେ ଅଧିକାଂଶ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି ତଥାପି କାହାର ପ୍ରତିବାଦ ନାହିଁ କି ତଦନ୍ତ ମଧ୍ୟ ହେଉ ନାହିଁ । ଯନ୍ତ୍ରୀ ଓ ଠିକାଦାର ଅର୍ଥ ଚଳୁ କରି ବେଶ ଆରାମ ରହିଛନ୍ତି । ଖଲ୍ଲିକୋଟ ଅଞ୍ଚଳର ବିକ୍ରମପୁର ପଞ୍ଚାୟତ ଅନ୍ତର୍ଗତ ଭାକୁଟିଡିହ ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ ଏକ ବର୍ଷ ପୂର୍ବରୁ ନିର୍ମାଣ ସରିଥିଲେ ମଧ୍ୟ ପନୀ ଜଳ ଯୋଗାଣ ହୋଇପାରି ନଥିବା କୁହାଯାଉଛି । ପାଣି ଟାଙ୍କି ଗଳୁଥିବା ବେଳେ ଗାଁ ରେ ନିମ୍ନମାନର ପାଇପ୍ ବିଛା ଯାଇଥିବା ଏବଂ ଘର ପାଖରେ ପାଇପ୍ ସଂଯୋଗ ନହୋଇ ପଡିରହିଛି । ଏହି ଅବ୍ଯବସ୍ଥା ସଂପର୍କରେ ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ,ଡିଭିଜନ,ବ୍ରହ୍ମପୁର ନିର୍ବାହୀଯନ୍ତ୍ରୀ ଅନୁଧ୍ୟାନ ନକରି କେମିତି ବିଲ୍ କରିଛନ୍ତି ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ସଠିକ ଭାବରେ ହୋଇଛି କି ନାହିଁ ଯାଞ୍ଚ ମଧ୍ୟ କରି ନାହାଁନ୍ତି ବୋଲି ସାଧାରଣରେ ଆଲୋଚନା ଶୁଣିବାକୁ ମିଳୁଛି । ସରକାରଙ୍କ ରାଜକୋଷରୁ ଅର୍ଥ ବ୍ଯୟ ହେଲା କିନ୍ତୁ ଗାଁ ଲୋକ ସଠିକ୍ ସମୟରେ ପାନୀୟ ଜଳ ପାଇଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ନୀତି ଏଠାରେ ଅକାମୀ ହୋଇ ପଡିଛି । ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାରେ ବୁଲି ବିଭିନ୍ନ କାର୍ଯ୍ୟ ସମୀକ୍ଷା କରୁଥିବା ବେଳେ ଏହି ଭଳି ଘଟଣା କେମିତି ନଜରକୁ ଆସୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏହି ପନୀ ଜଳ ପ୍ରକଳ୍ପ ଅନିୟମିତତା ଓ ଦୁର୍ନୀତି ପାଇଁ ପରୋକ୍ଷରେ ସହାୟତା କରିଥିବା ନିର୍ବାହୀଯନ୍ତ୍ରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି । ପରବର୍ତ୍ତୀ ସମୟରେ ଅନ୍ଯ ଗ୍ରମର ପନୀୟ ଜଳ ସମସ୍ୟାକୁ ନେଇ ଖବର ପ୍ରକାଶ ପାଇବ।

Leave A Reply

Your email address will not be published.