ଭଞ୍ଜନଗର ଠାରେ ଓରମାସ ପକ୍ଷରୁ ପ୍ରଦର୍ଶନୀ ଶୁଭାରମ୍ଭ ।

0 248

ଭଞ୍ଜନଗର,୨୭/୧୧(ପିପିଟି), ଓରମାସ, ପଞ୍ଚାୟତ ରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ପୁରୁଣା ଜେଲ ପଡିଆ ଠାରେ ମିନି ପ୍ରଦର୍ଶନୀ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ଉଦ୍‌ଘାଟନ କରିଛନ୍ତି । ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଓ ହସ୍ତ ଶିଳ୍ପୀ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିବା । ବିଭିନ୍ନ ଘରକରଣା,ନିତ୍ୟ ବ୍ୟବହାର୍ଯ୍ୟ, ଖାଦ୍ୟ ସାମଗ୍ରୀ ଇତ୍ୟାଦି ପ୍ରଦର୍ଶନୀ ରେ ସ୍ଥାନ ପାଇଛି । ପ୍ରଦର୍ଶନୀ ରେ ଛଅ ଗୋଟି ଷ୍ଟଲ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଅନିଲ କୁମାର ସେଠୀ, ଭଞ୍ଜନଗର ର ବିପିଏମ, ଓଏଲଏମ, ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.