କବିସୂର୍ଯ୍ଯ ନଗର ଠାରେ ଏଆଇଟିୟୁସି ପକ୍ଷରୁ ଧର୍ମଘଟ।

0 261

କବିସୂର୍ଯ୍ଯ ନଗର,୨୬/୧୧(ପିପିଟି); ବିଭିନ୍ନ ଗଣ ସଙ୍ଗଠନ ପକ୍ଷରୁ ସର୍ବ ଭାରତୀୟ ଧର୍ମଘଟ ଡ଼ାକରାକ୍ରମେ କବିସୂର୍ଯ୍ଯ ନଗର ଆଇବି ଛକ ଠାରେ ଏଆଇଟିୟୁସି ପକ୍ଷରୁ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୃଷି ଓ କୃଷକ ବିରୋଧୀ କୄଷି ଆଇନର ପ୍ରତ୍ୟାହାର, କର୍ପୋରେଟ ଫାଂର୍ମିଂ ଆଇନ ବନ୍ଦ କରିବା, ପ୍ରସ୍ତାବିତ ବିଦ୍ୟୁତ ବିଲ ୨୦୨୦ର ବାତିଲ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଶ୍ରମିକ ଯୁବ ଛାତ୍ର ବିରୋଧୀ ନୀତିର ପ୍ରତିବାଦ କରାଯାଇଥିଲା । ଏଆଇଟିୟୁସି ନେତା ପ୍ରବୀଣ କୁମାର ଦାଶ,ମଜିତ ଖାନ,ମୋରାଜୀ ନାୟକ ପ୍ରମୁଖ ନେତୃତ୍ବରେ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.