ସାନଖେମୁଣ୍ଡୀ ବ୍ଳକରେ ଏଆଇକେଏମଏସର ଧର୍ମଘଟ ।

0 411

ସାନଖେମୁଣ୍ଡି,୨୬/୧୧(ପିପିଟି); ଅଖିଳ ଭାରତ କିଷାନ ମଜଦୂର ସଭା (ଏଆଇକେଏମଏସ) ସାନଖେମୁଣ୍ଡି ବ୍ଲକ କମିଟି ପକ୍ଷରୁ କୃଷକ ସଂଗଠନମାନଙ୍କ ସର୍ବଭାରତୀୟ ମଞ୍ଚ ଏଆଇକେଏସସିସିର ଡ଼ାକରାକ୍ରମେ ପୋଡାମାରି ନିକଟସ୍ଥ ରାଜନାପଲ୍ଲି ଛକ ଠାରେ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୃଷି ଓ କୃଷକ ବିରୋଧୀ କୄଷି ଆଇନର ପ୍ରତ୍ୟାହାର, କର୍ପୋରେଟ ଫାଂର୍ମିଂ ଆଇନ ବନ୍ଦ କରିବା, ପ୍ରସ୍ତାବିତ ବିଦ୍ୟୁତ ବିଲ ୨୦୨୦ର ବାତିଲ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଶ୍ରମିକ ଯୁବ ଛାତ୍ର ବିରୋଧୀ ନୀତିର ପ୍ରତିବାଦ କରାଯାଇଥିଲା । ମଙ୍ଗଳା ମଳିକଙ୍କ ନେତୄତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାଧବ ମଳିକ, କୁନାଲ ନାୟକ, କୃଷ୍ଣ ମଳିକ, ଦୀନବନ୍ଧୁ ନାୟକ, ଅଭି ନାୟକ, ସୁରଥ ରଇତ, ସୁବାଷ ଦଳାଇ, ରମେଶ ମଳିକ, ଶୁକୃ ମଳିକ, ଜଳ ମଳିକ, ମାନସ ଦଳବେହେରାଙ୍କ ସମେତ ମହିଳା ଶ୍ରମିକମାନେ ଅଂଶ ଗ୍ରହଣ କରୁଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.