ଶ୍ରମିକ, କୃଷକ,ଛାତ୍ର,ଯୁଵ,ଗ୍ରାହକ ଓ ମହିଳା ଵିରୋଧୀ ସରକାରଙ୍କୁ ଚେତାଵନୀ: ଵାଲେଶ୍ଵରରେ ଧର୍ମଘଟ ସଫଳ ହେଲା: ଏଆଇଟିୟୁସି ।

0 347

ଵାଲେଶ୍ଵର: ତା୨୬/୧୧: କେନ୍ଦ୍ରରେ ମୋଦି ସରକାରଙ୍କ ଶ୍ରମିକ, କୃଷକ, ଛାତ୍ର,ଯୁଵ,ମହିଳା ଓ ଗ୍ରାହକ ଵିରୋଧୀ ନୀତି ଵିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡୟୁନିୟନମାନଙ୍କ ଦ୍ଵାରା ଆହୁତ ଆହୁତ ସର୍ଵ ଭାରତୀୟ ସାଧାରଣ ଧର୍ମଘଟ ଓ ଭାରତ ଵନ୍ଦ ଆଜି ଵାଲେଶ୍ଵରରେ ସମ୍ପୁର୍ଣ ସଫଳ ହୋଇଅଛି।ମୋଦି ସରକାର କ୍ଷମତାରେ ଵସିଵାଠାରୁ ଯେଉଁ ଜନଵିରୋଧୀ ତଥା ଵିଦେଶୀ ଓ ବହୁ ରାଷ୍ଟ୍ରିୟ କମ୍ପାନୀଙ୍କ ସ୍ଵାର୍ଥ ସାଧନ ପାଇଁ ୪୪ଟି ଶ୍ରମ ଆଇନ ଵାତିଲ କରି ୪ଟି ଶ୍ରମ କୋଡ୍ ପ୍ରଚଳନ ଆଢୁଆଳରେ ଶ୍ରମିକ ଶ୍ରେଣୀକୁ କ୍ରୀତଦାସରେ ପରିଣତ କରିଵା,ଦୈନିକ ଶ୍ରମ ସମୟ ୧୨ଘଣ୍ଟାକୁ ଵୃଦ୍ଧିକରି ଏକତୃତୀୟାଂଶ କର୍ମଚାରୀ ଛଟେଇ ଷଡ଼ଯନ୍ତ୍ର କରିଵା,୧୯୫୫ ଅତ୍ଯାଵଶ୍ଯକୀୟ ସେଵା ଆଇନ ପ୍ରତ୍ଯାହାର କରି ଵହୁଜାତୀୟ କମ୍ପାନୀ ରିଲାଏନସ,ଆଦାନୀ, ଟାଟା,ଓ୍ଵାଲମାର୍ଟ, ଆମାଜନ,ଆଲିଵାଵା ଭଳି ରାହୁ ପୁଞ୍ଜିପତିଙ୍କ ଦ୍ଵାରା ଵେଆଇନ ମହଜୁଦକୁ ପ୍ରୋତ୍ସାହନ ଦେଇ ଆକାଶଛୁଆଁ ଦରଵୃଦ୍ଧି ଘଟାଇଵା,କୃଷି ସଂଶୋଧନ ଆଇନ ନାମରେ କର୍ପୋରେଟ ଫାର୍ମିଙ୍ଗକୁ ପ୍ରୋତ୍ସାହନ ଦେଇ କୃଷକଙ୍କୁ ତାଙ୍କ ନିଜ ଜମିରେ ଵନ୍ଧୁଆ ଶ୍ରମିକ ଵନାଇଵା, ସରକାରୀ ମଣ୍ଡି ଵନ୍ଦକରି ଘରୋଇମଣ୍ଡି ମାଧ୍ଯମରେ କୃଷକ ଶୋଷଣ ଓ ଆତ୍ମହତ୍ଯା ପାଇଁ ଵାଧ୍ଯ କରିଵା, ଜାତୀୟ ଶିକ୍ଷାନୀତି -୨୦୨୦ଆଳରେ ଶିକ୍ଷା ସଂକୋଚନ କରାଇ ଅଵହେଳିତ ଵର୍ଗଙ୍କୁ ଶିକ୍ଷାରୁ ଵଞ୍ଚିତ କରିଵା ସହ ଵିଦ୍ଯାଳୟ, ମହାଵିଦ୍ଯାଳୟ ଵନ୍ଦ ସାଙ୍ଗକୁ ଉଚ୍ଚତର ଗଵେଷଣା କମ୍ପାନୀମାନଙ୍କ ସାର୍ଟିଫିକେଟ ଵିକ୍ରୀରେ ସୀମିତ ରଖିଵା ଭଳି ନୀତି ଵିରୋଧରେ ଆହୁତ ଐହି ଧର୍ମଘଟ ଵାଲେଶ୍ବରରେ ସଫଳ ହୋଇଅଛି। ଆଜି ଆଇଏନଟିୟୁସି, ଏଆଇଟିୟୁସି,ଏଚଏମଏସ, ସିଆଇଟିୟୁ ସମେତ ଵହୁ ଶ୍ରମିକ ସଂଗଠନ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ଓ ଵାଲେଶ୍ଵର ପଥଵିକ୍ରେତା ସଂଘ ପକ୍ଷରୁ ଶହ ଶହ ଶ୍ରମିକ କର୍ମଚାରୀ ଵାଲେଶ୍ଵର ଵନ୍ଦ ସଫଳ କରାଇଛନ୍ତି।ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ଯ ଜୟନ୍ତ ଦାସ,ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ଜିଲ୍ଲା ସଭାପତି ପ୍ରତିଭା ପାଲ,ନାରାୟଣୀ ଵେହେରା,ନିର୍ଵାସିନୀ ପ୍ରଧାନ,ଶାନ୍ତିଲତା ମାଝୀ,ରିଙ୍କି ହାଲଦାର,ଵାଲେଶ୍ଵର ପଥଵିକ୍ରେତା ସଂଘର ଆଵିଦ ଖାନ,ଟିପିରୀ ସିଂ,ରାଜେଶ ପଣ୍ଡା,ସେକ ଇସ୍ଲାମ,ଜୟନ୍ତୀ ଦାସ,ମନୋଜ ରାଠୋର,ଦୀନଵନ୍ଧୁ ସାହୁଙ୍କ ସମେତ ଅନେକ ଟ୍ରେଡ ୟୁନିୟନ ନେତା ଏହି ଧର୍ମଘଟକୁ ସଫଳ କରାଇଛନ୍ତି।

Leave A Reply

Your email address will not be published.