ବୋଲଗଡ଼,୨୦/୧୧(ପିପିଟି); ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦାବିରେ ଦିର୍ଘଦିନ ଧରି ପଦଯାତ୍ରାରେ ବାହାରିଥିବା ସମାଜସେବୀ ସତ୍ୟବ୍ରତ ଦାସ ଶୁକ୍ରବାର ଆଜି ବେଗୁନିଆ ବ୍ଲକ୍ ଆସି ପହଞ୍ଚଚିଛନ୍ତି ତାଙ୍କୁବହୁ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା ପରେ ସେ ବ୍ଲକ କାର୍ଯ୍ୟାଳୟକୁ ଯାଇ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ସମ୍ପର୍କିତ ମାନ୍ୟତା ଉଦ୍ଦେଶ୍ୟରେ ବେଗୁନିଆ ବ୍ଳକର ବିଡିଓ ରତିକାନ୍ତ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟରେ ମାନ୍ୟତା ଦାବି କରି ସତ୍ୟବ୍ରତ ଓଡିଶା ଜନସଚେତନତା ମଞ୍ଚ ପକ୍ଷରୁ ପ୍ରଥମେ ବଡଚଣା ବ୍ଲକ ଅଞ୍ଚଳରୁ ୨୦୧୯ମସିହା ଜୁଲାଇ୧୦ ତାରିଖରୁ ପଦଯାତ୍ରାରେ ବାହାରିଥିଲେ। ସେ ଓଡ଼ିଶା ସମସ୍ତ ବ୍ଳକ କାର୍ଯ୍ୟଳୟରେ ପଦଯାତ୍ରାରେ ପହଞ୍ଚଚି ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଲକ୍ଷ ରଖିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସତବ୍ରତ ୨୭୮ଟିବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କ ଜରିଆରେ ସ୍ମରକପତ୍ର ଦେଇଥିବା ସୁଚନାମିଳିଛି ।ସୂଚନାନୁସାରେ ଶ୍ରୀଦାସଙ୍କ ଜଗତସିଂହପୁର ଜିଲ୍ଲା ବାଲିକୁଦା ଗ୍ରାମରେ ଅଟେ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )