କରୋନା ନେଲା ଡାକ୍ତରଙ୍କ ଜୀବନ ।

0 388

ଭଞ୍ଜନଗର,୧୮/୧୧(ପିପିଟି); ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ଶିଶିର କୁମାର ସାବତ(୬୨)ଙ୍କର ଆଜି ଅପରାହ୍ନ ସାଢେ ଚାରିଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା।ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ସେ କୋଭିଡ଼ ହସ୍ପିଟାଲ କୁ ନଯାଇ ଘରେ ରହି ଚିକିତ୍ସିତ ହେଉଥିଲେ। ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ମେଡିକାଲ ଅଣାଯାଇଥିଲା।ଗତ ପ୍ରାୟ ୨୫ବର୍ଷ ହେଲା ସେ ଗାଲେରୀ ମେଡିକାଲ ରେ କାର୍ଯ୍ୟ କରି ଆସୁଥିବା ବେଳେ ୩ବର୍ଷ ହେଲା ଡେପୁଟେସନ ରେ ଭଞ୍ଜନଗର ମେଡିକାଲ କୁ ଆସିଥିଲେ।ଆସନ୍ତା କାଲି ତାଙ୍କୁ କରୋନା ଯୋଦ୍ଧା ଭାବେ ଗାର୍ଡ ଅଫ ଅନର ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।ତାଙ୍କର ମୃତ୍ୟୁରେ ମେଡିକାଲର ସମସ୍ତ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.