କବିସୂର୍ଯ୍ଯ ନଗର,୧୮/୧୧(ପିପିଟି); ବିଗତ ଦିନରେ କବିସୂର୍ଯ୍ଯ ନଗର ଥାନା ଅନ୍ତର୍ଗତ ପଙ୍କଲବାଡି ଠାରେ ବୋମା ମାଡ଼ ଘଟଣାକୁ ନେଇ ଥାନାରେ କେଶ୍ ନଂ ୨୮୮/୨୦ରେ ମାମଲା ରୁଜୁ ହୋଇଥିଲା। ଆଜି ଏହି ଘଟଣାରେ ସଂପୃକ୍ତ ସିଙ୍ଗିପୁର ଗ୍ରାମର ସଞ୍ଜୟ ବାରିକ ଓ କବିସୂର୍ଯ୍ଯ ନଗର ଅଞ୍ଚଳର ନବୀନ ଭୂୟାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯିବା ସହିତ ଘଟଣା ଦିନ ବ୍ୟବହୃତ ବାଇକ୍ ଜବତ କରାଯାଇଥିବା ନେଇ ଆଇଆଇସି ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି।
(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )