ନିର୍ମାଣଧୀନ ଡମ୍ପିୟାର୍ଡ଼କୁ ଗ୍ରାମବାସୀଙ୍କ ବିରୋଧ ।

0 541

ଜଗତସିଂହପୁର,୧୬/୧୧ (ପିପିଟି): ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଭୂକ୍ତ କଣ୍ଟାବଲ୍ଲଭପୁରଠାରେ ନିର୍ମାଣଧୀନ ଡମ୍ପିଂୟାର୍ଡକୁ ସ୍ଥାନୀୟ ଗ୍ରାମବାସୀ ପ୍ରବଳ ବିରୋଧ କରିଛନ୍ତି। ଡମ୍ପିୟାର୍ଡ ଦ୍ୱାରା ସ୍ଥାନୀୟ ଅଞ୍ଚଳ ପ୍ରଦୂଷଣ ହେବ ବୋଲି ଦୀର୍ଘଦିନ ହେବ ଏହି ନିର୍ମାଣକୁ ସେମାନେ ବିରୋଧ କରି ଆସୁଛନ୍ତି କିନ୍ତୁ ଏଥିପ୍ରତି ଜଗତସିଂହପୁର ପୌର କତ୍ତୃପକ୍ଷ କୌଣସି ନଜର ଦେଉ ନାହାନ୍ତି ଯାହାଫଳରେ ବର୍ତମାନ ସେହି ସ୍ଥାନୀୟ ଅଞ୍ଚଳରେ ବିଦ୍ରୋହାତ୍ମକ ପରିସ୍ଥିତି ସୃଷ୍ଟି ହେଲାଣି । ଗ୍ରାମବାସୀଙ୍କ ବିଦ୍ରୋହ ଯୋଗୁ ଆଜି ପୂର୍ବାହ୍ନରେ ପୌର ପରିଷଦର ହୋମିଓପାଥି ଡାକ୍ତର ସରୋଜ କୁମାର ଷଡ଼ଙ୍ଗୀ ଏବଂ ଠିକାଦାର ମନୋରଞ୍ଜନ ପ୍ରଧାନଙ୍କ ବାପା ଲକ୍ଷ୍ମଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଏହାର ସମାଧାନ କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଅବୁଝା ଗ୍ରାମବାସୀ କୌଣସି କଥା ବୁଝିବାକୁ ପ୍ରସ୍ତୁତ ନ ଥିଲେ ।ପୌରପରିଷଦ ତରଫରୁ ଯାଇଥିବା ପ୍ରତିନିଧି ହେମିଓପାଥିକ ମେଡିକାଲ ଡାକ୍ତର ସରୋଜ କୁମାର ଷଢଙ୍ଗୀ ଓ ଠିକାଦାରଙ୍କ ବାପାଙ୍କୁ ସ୍ଥାନୀୟ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ଟଣାଓଟରା କରିଥିଲେ । ଏଥିସହ ଶ୍ରୀ ଷଢଙ୍ଗୀ ଏବଂ ଠିକାଦାରଙ୍କ ବାପାଙ୍କୁ ସରକାରୀ ଦସ୍ତାବିଜରେ ଜୋର ଜବରଦସ୍ତ ଦସ୍ତଖତ ଏବଂ ଟିପଚି଼ହ୍ନ ନେଇ କାମ ବନ୍ଦ କରି ଦେଇଥିଲେ ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.