ଭଞ୍ଜନଗର ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳନ ।

0 351

ଭଞ୍ଜନଗର,୧୬/୧୧(ପିପିଟି); ଆଜି ଭଞ୍ଜନଗର ପ୍ରେସକ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ସଭାପତି ଲୋକନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା ଓ ପ୍ରେସକ୍ଲବ ସମ୍ପାଦକ ବାବୁଲା ପ୍ରଧାନ ମଞ୍ଚରେ ଉପସ୍ଥିତ ଥିଲେ।ସାମ୍ବାଦିକ ରବୀନ୍ଦ୍ର କୁମାର ପାତ୍ର, ଜୟକୃଷ୍ଣ ପଟ୍ଟନାୟକ, ବିଶ୍ବମ୍ବର ଜେନା, ସୁଶାନ୍ତ କୁମାର ସାହୁ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକତା କ୍ଷେତ୍ରରେ ବିଭିନ୍ନ ବାଧା ବିଘ୍ନର ସାମ୍ନା କରି ମଧ୍ୟ ଭଞ୍ଜନଗର ପ୍ରେସକ୍ଲବ ର ସାମ୍ବାଦିକ ମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ସମସ୍ତେ ଏକାଠି ହୋଇ ସତର୍କତାର ନିଜ କାର୍ଯ୍ୟ ସମ୍ପାଦନ କରିବା ଜରୁରୀ ବୋଲି ମତ ଦେଇଥିଲେ।ସେହିପରି ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ନିରପେକ୍ଷ ଓ ନିର୍ଭୀକ ଖବର ପରିବେଷଣ ଦ୍ୱାରା ସମାଜରେ ତାହା ଭଲ ପ୍ରଭାବ ପକାଇବ ବୋଲି କହିଥିଲେ।ସଭାପତି ଶ୍ରୀ କର ଆଗାମୀ ଦିନରେ ଭଞ୍ଜନଗର ପ୍ରେସକ୍ଲବ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ।ଶେଷରେ ବାବୁଲା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ରଞ୍ଜନ କୁମାର ସ୍ୱାଇଁ,ଟୁମୁ ପଟ୍ଟନାୟକ, ଭବାନୀ ପାଳ ଓ ସନ୍ତୋଷ କୁମାର ଜେନା ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.