ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ।

0 281

ଯାଜପୁର,ତା- ୧୬/୧୧(ପିପିଟି); କୋଭିଡ୍ କଟକଣା ଯୋଗୁଁ ଭର୍ଚୁଆଲ ମୋଡରେ ଯାଜପୁର ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଚ୍ଥି । ସୋମବାର ପୂର୍ବାହ୍ନରେ ଓସୱାନ ହଲରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଜୁମ୍ ମୋଡରେ ଏହି ଦିବସ ପାଳିତ ହୋଇଥିଲା । ଏଥିରେ ଯୋଗଦେଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, ନିର୍ବାଚନ, କୋଭିଡ-୧୯ ର ମୁକାବିଲା ଓ ଅନ୍ୟାନ୍ୟ କାର୍ଯ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ପ୍ରଶାସନ, ସରକାର ଓ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଗଣମାଧ୍ୟମ ସେତୁ ଭଳି କାର୍ଯ୍ୟ କରିଥାଏ । ବିଶେଷ କରି ମହାମାରୀ କୋଭିଡ ସମୟରେ ସାଧାରଣ ଲୋକଙ୍କୁ ସଚେତନଧର୍ମୀ ସୂଚନା ଓ ସରକାରଙ୍କର ମାର୍ଗ ଦର୍ଶିକା ସଂପର୍କରେ ଅବଗତ କରାଇବାରେ ଗଣମାଧ୍ୟମର ଭୂମିକା ଅତୀବ ପ୍ରଶଂସନୀୟ ବୋଲି କହିବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଆବଶ୍ୟକତା ସଂପର୍କରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରା ମଲ୍ଲିକ ଗଣମାଧ୍ୟମର କାର୍ଯ୍ୟଧାରା ଅତି ଉଚ୍ଚକୋଟୀର ଓ ସେମାନେ ଯେପରି ବିବିଧ ତଥ୍ୟକୁ କଷ୍ଟ ସହି ସମସ୍ତଙ୍କ ସମ୍ମୁଖକୁ ଆଣୁଚ୍ଥନ୍ତି ତାହା ନିଶ୍ଚିତ ଅଭିନନ୍ଦନୀୟ ବୋଲି କହିଥିଲେ । ଦାୟିତ୍ୱର ସହ ସେମାନଙ୍କର ନିଷ୍ଠାପର ସେବା ସୁସ୍ଥ ସମାଜ ପାଇଁ ଜରୁରୀ ବୋଲି ସେ କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମାଜ ପ୍ରତି ଗଣମାଧ୍ୟମର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସାଧାରଣ ଲୋକ ମାନଙ୍କୁ ସଠିକ ଖବର ପ୍ରଦାନ, ନିରପେକ୍ଷ, ଅନୁସନ୍ଧାନଧର୍ମୀ ତଥ୍ୟ ଭିିକ ସମ୍ୱାଦ ପରିବେଷଣ ଓ ସାଧାରଣ ଲୋକ ମାନଙ୍କର ସମସ୍ୟାକୁ ସରକାର ଓ ପ୍ରଶାସନର ଦୃଷ୍ଟିକୁ ଆଣି ତାହାର ସମାଧାନ ପାଇଁ ଗଣମାଧ୍ୟମର ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି କହିବା ସହ ପ୍ରତ୍ୟେକ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜୁମ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଗଣମାଧ୍ୟମ ପ୍ରତିନିଧି ଅଜୟ କୁମାର ରଣା, ରବି ନାରାୟଣ କର, ହର୍ଷବର୍ଦ୍ଧନ ବେହେରା, କୈଳାସ ଚନ୍ଦ୍ର ନାୟକ, ଅରୁଣ କୁମାର ରାଉତରାୟ, ପରମେଶ୍ୱର ବେହୁରିଆ, ସନ୍ଦିପ୍ତ ରାୟ, ଦିଲୀପ କୁମାର ଦାସ, ସମରଜିତ୍ ମହାନ୍ତି ପ୍ରମୁଖ ନିଜର ଅଭିବ୍ୟକ୍ତି ଓ ମତାମତ ଉପସ୍ଥାପନ କରିଥିଲେ । ପ୍ରେସ୍ ରୁମ୍ ପ୍ରଦାନ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ମୃତୁ୍ୟ ପରେ ସହାୟତା ପ୍ରଦାନ, ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନା ବୈଠକ ଇତ୍ୟାଦି ସଂପର୍କରେ ସେମାନେ ଆଲୋକପାତ କରିବା ସହ ପ୍ରଶାସନ ଓ ଗଣମାଧ୍ୟମ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ । ଶେଷରେ ଲୋକ ସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଓସୱାନର ଜିଲ୍ଳା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ସାରଦା ପ୍ରସାଦ ଜେନା, ଇଂଜିନିୟର ଦିବ୍ୟସିଂ ରାୟ, ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ କର୍ମଚାରୀ ସତ୍ୟଜିତ ନାୟକ, ରତିକାନ୍ତ ମହାନ୍ତି, ନିତ୍ୟାନନ୍ଦ ନାୟକ, ମିନତୀ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.