ଡା.କ୍ଷେତ୍ରମୋହନ ବଳଙ୍କ ସ୍ମୃତି ସଭା ।

0 461

ତିର୍ତ୍ତୋଲ,୧୬/୧୧(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଠାରେ ବିଶିଷ୍ଟ ଚିକିତ୍ସକ କ୍ଷେତ୍ରମୋହନ ଵଳଙ୍କ ଚତୁର୍ଦ୍ଦଶାହ ସ୍ମୃତି ସଭା ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାକୁ ଅଜିତ୍ କୁମାର ପାଳ ପରିଚାଳନା କରିଥିବାବେଳେ ଅତିଥି ଭାବେ ଶିକ୍ଷାବିତ୍ ଓ ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଶିକ୍ଷାବିତ୍ ଲୋକନାଥ ବଳ, ଶିକ୍ଷାଵିତ୍ ଧିରେନ୍ଦ୍ର ନାଥ ବିଶ୍ୱାଳ, ଦୀନବନ୍ଧୁ ଆଚାର୍ଯ୍ୟ, ସରପଞ୍ଚ ଶୀତିକଣ୍ଠ ସ୍ଵାଇଁ, ସମିତି ସଭ୍ୟ ବାଇଧର ବଳ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିମାନେ କ୍ଷେତ୍ରମୋହନ ଵଳଙ୍କ ଫଟୋରେ ଫୁଲମାଳ ଦେଇ ସ୍ମୃତିଦୀପ ପ୍ରଜ୍ବଳନ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ସହ ଉପସ୍ଥିତ ଶୋକାକୁଳ ଜନତା ତିନି ମିନିଟ୍ ର ନୀରବ ପ୍ରାର୍ଥନା କରିଥିଲେ । ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରୁ ଦେବେନ୍ଦ୍ର କୁମାର ଆଚାର୍ଯ୍ୟ,ନିରଂଜନ ଦାସ,ପୂର୍ବତନ ସରପଞ୍ଚ ଅମିୟ ରଞ୍ଜନ ବଳ, ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଅତିଥି ମାନେ ସ୍ଵର୍ଗତଃ କ୍ଷେତ୍ରମୋହନ ଵଳଙ୍କ ଚିକିତ୍ସା ସେବା ଓ ବ୍ୟକ୍ତିତ୍ଵ ବାବଦରେ ବକ୍ତବ୍ୟ ରଖିଥିଲେ । ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେଵ ନିରନ୍ତର ଚିକିତ୍ସା ସେବାରେ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପି ଦେଇଥିବା କ୍ଷେତ୍ରମୋହନ ଵଳଙ୍କ ଏହି ମାସ ୩ ତାରିଖରେ ୬୩ ବର୍ଷ ବୟସରେ କରୋନା ଜନିତ ମୃତ୍ୟୁ ହୋଇଯାଇଛି ।( ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି)

Leave A Reply

Your email address will not be published.