ବିନା ଶିକ୍ଷାଗତ ଯୋଗ୍ୟତାରେ ଚାଲିଛି ହାଡଭଙ୍ଗା ଚିକିତ୍ସା ।

0 302

ବେଗୁନିଆପଡା,୧୨/୧୧(ପିପିଟି) : ଚିକିତ୍ସା ଭଳି ଏକ ସମ୍ବେଦନଶୀଳ କାର୍ଯ୍ୟକଳାପରେ ଖାମଖିଆଲି ଆଦୌ ଗ୍ରହଣୀୟ ନୁହେଁ । ଅଳ୍ପଟିକେ ତୃଟି ବିଚ୍ଯୁତ ଘଟିଲେ ଜୀବନ ମରଣ ସମସ୍ୟା ରହିଛି । ଚିକିତ୍ସା ଭଳି ପ୍ରଫେସନ ପାଇଁ କଠିନ ପରିଶ୍ରମ ସହ ଯୋଗ୍ୟତାର ଆବଶ୍ୟକତା ରହିଛି । ସେଥିପାଇଁ ସରକାର ବିଭିନ୍ନ ମେଡିକାଲ ମାଧ୍ୟମରେ ଯୁବକ ମାନଙ୍କୁ ତାଲିମ ଦେଉଛନ୍ତି । ଏଥିରୁ ଉର୍ଣ୍ଣିତ ହେଲେ ଜଣେ ଚିକିତ୍ସା କରିବା ପାଇଁ ଯୋଗ୍ୟ ହୋଇଥାଏ । କିନ୍ତୁ ଆଜିକାଲି ସାଧାରଣତଃ ଅର୍ଦ୍ଧଶିକ୍ଷିତ ଯୁବକ ମାନେ ଚିକିତ୍ସା ନାମରେ ବିଭିନ୍ନ ସ୍ଥାନରେ କ୍ଲିନିକ ଖୋଲି ରୋଗୀଙ୍କ ଜୀବନ ମରଣ ସହ ଖେଳିବା ଦେଖାଯାଉଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ନୂଆଗାଁ ବୁରୁଝରୀ ଠାରେ । ସେଠାରେ ଜନୈକ ଵ୍ୟକ୍ତି ହାଡଭଙ୍ଗା କ୍ଲିନିକ କରି ଲୋକଙ୍କୁ ଚିକିତ୍ସା ନାମରେ ଲୁଟ କରୁଥିବା ଅଭିଯୋଗ ହୋଇଛି । ଏହା ସହ ବର୍ତ୍ତମାନ କରୋନାର ଭୟାବହତା ଚାଲିଥିବା ବେଳେ କୌଣସି ନିୟମ ପାଳନ କରୁନଥିବା ଅଭିଯୋଗ ହୋଇଛି ।

(ରିପୋର୍ଟ – ମୁନା ନାୟକ। )

Leave A Reply

Your email address will not be published.