ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୧୦ ଜଣ ୱାର୍ଡ ସଭ୍ୟ ଓ ସଭ୍ୟା ଏକାଠି ।

0 902

ଶେରଗଡ,୦୩/୧୧(ପିପିଟି);ଶେରଗଡ଼ ବ୍ଲକର ଧବଳ ପୁର ପଞ୍ଚାୟତ ୧୧ ଟି ୱାର୍ଡ କୁ ନେଇ ଗଠିତ କିଛି ଦିନ ହେଲା ସରପଞ୍ଚ ପ୍ରମୋଦ ପ୍ରଧାନଙ୍କ ବିରୋଧରେ ୧୦ ଜଣ ୱାର୍ଡ ସଭ୍ୟ ଓ ସଭ୍ୟା ଫେରାଦ ହେବାସହ ତାଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଦାବି କରି ଆସୁଛନ୍ତି। ଏ ଦିଗରେ ରେଜିଷ୍ଟ୍ରର ଯୋଗେ ଏକ ଦାବି ପତ୍ର ଭଞ୍ଜନଗର ଉପ ଜିଲ୍ଲାପାଳ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଗଞ୍ଜାମଙ୍କୁ ଜଣାଇ ଛନ୍ତି। ଉକ୍ତ ୧୦ ଜଣ ଗତ ୭ ଅକ୍ଟୋବର ରେ କଳୁଆ ମନ୍ଦିର ରେ ଏକ ବୈଠକ କରି ସରପଞ୍ଚ ଶ୍ରୀ ପ୍ରଧାନଙ୍କ ବିରୋଧରେ ମନ ମୂଖୀ କାର୍ଯ୍ୟ କରିବା। ହିତାଧିକାରୀ ଚୟନରେ ପାତର ଓ ଅନ୍ତର ନୀତି ଅବଲମ୍ବନ କରିବା। ବର୍ଦ୍ଧକ୍ୟଭର୍ତ୍ତା, ରାସନ କାର୍ଡ଼ ଗାଈ ଗୁହାଳ, ଚୟନ ରେ ଦୁର୍ନୀତି କରିବା ଅଭିଯୋଗ ରେ ଗତ ୨୨ ତାରିଖରେ ସ୍ବପନେଶ୍ୱର ମନ୍ଦିର ବୈଠକ ବସି ତାଙ୍କୁ ବରଖାସ୍ତ କରିବା ଅଭିଯୋଗରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ରମିଞ୍ଜଙ୍କୁ ଡାକ ଯୋଗେ ଚିଠି ପଠେଇଛନ୍ତି। ମଙ୍ଗଳବାର ଦିନ ଶେରଗଡ଼ ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ସରପଞ୍ଚ ଙ୍କ କାଯ୍ୟକଳାପ ବିରୋଧ ରେ ମତ ପ୍ରଦାନ କରିଥିଲେ। ଉକ୍ତ ସମୟରେ ଶେରଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ, ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର,ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ପୂର୍ବତନ୍ ବ୍ଲକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ,ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ହୀନ ବେହେରା ,ସୀମାଞ୍ଚଳ ପ୍ରଧାନଙ୍କ ପ୍ରମୂଖ ନେତା ଉପସ୍ଥିତ ଥିଲେ ବ୍ଲକର ନେତା ମାନେ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ବୁଝା ସୁଝା ଜାରି ରଖିଛନ୍ତି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.