ଶେରଗଡ ପ୍ରେସ୍ କ୍ଲବର ବୈଠକ ଓ ସମ୍ବର୍ଦ୍ଧିତ ହେଲେ ସମସ୍ତ ସାମ୍ବାଦିକ ।

0 314

ଶେରଗଡ,୦୧/୧୧(ପିପିଟି); ଶେରଗଡ ପ୍ରେସ୍ କ୍ଲବର ଏକ ଜରୁରୀ ବୈଠକ ସ୍ଥାନୀୟ ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରେସ୍ କ୍ଲବର ସୂର୍ଯ୍ୟନାରାୟଣ ଦାଶ ଅଧ୍ୟକ୍ଷତା କରିଥିଲେ । କାର୍ତ୍ତିକ ମାସ ଶୁଭ ଅବସରରେ ପ୍ରେସ୍ କ୍ଲବର ସଦସ୍ଯ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କୋରନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରତି ମାସରେ ପ୍ରେସ୍ କ୍ଲବର ସମସ୍ୟାକୁ ନେଇ ସଭ୍ୟମାନେ କରିବେ ବୋଲି ଆଲୋଚନା ହୋଇଥିଲା । ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ପ୍ରତିଥର ପ୍ରେସକ୍ଳବ ରେ ଆଲୋଚନା କରାଯିବାକୁସ୍ଥିର ହୋଇଥିଲା ।ଉକ୍ତ ବୈଠକରେ ମୁଖ୍ଯ ଅତିଥି ଭାବେ ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇ ଚାଷୀଙ୍କ ସମସ୍ୟା ଲୋକମାନଙ୍କ ସମସ୍ୟା ଓ ସାମୁହିକ ସମସ୍ୟାକୁ ପ୍ରାଧାନ୍ୟ ଦେଇ ଖବର ପରିବେଷଣ କରିବାକୁ ନିଜ ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ସୂର୍ଯ୍ୟ ନାରାୟଣ ଦାଶ ,ସାମ୍ବାଦିକ ହୃଷିକେଶ ମାହାନ୍ତି, ସତ୍ଯନାରାୟଣ ପାତ୍ର, ରାଘବାନନ୍ଦ ପଶୁପାଳକ, କରୁଣାକର ସାହୁ,ବାସୁ ସ୍ବାଇଁ, ଦେବୀ ପ୍ରସାଦ ଦାଶ, ଚନ୍ଦନ ପାଢ଼ୀ, ଭିକୁ ନାୟକ, ମୋହନ ପ୍ରସାଦ ପଣ୍ଡା, ଅଖିଳ ପଟ୍ଟନାୟକ, ରାମକୃଷ୍ଣ ପାଣି,ରମେଶ ପ୍ରଧାନ, ବିଭୁ ପ୍ରସାଦ ଦାଶ, କାହ୍ନୁ ବିଶ୍ବାଳ, ବସନ୍ତ ଖଣ୍ଡୁଆଳ,ବିନୋରୀ ପ୍ରଧାନ,ନୀଳାଞ୍ଚଳ ମହାପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ ଓ ଚନ୍ଦ୍ରିକା ସମ୍ପାଦକ ଇଂ ବିଚିତ୍ରାନନ୍ଦ ମୁନି ଓ ମୁଖ୍ଯ ଅତିଥି ଶ୍ରୀ ସାମନ୍ତରାୟଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.