କୋଦଳା ଓ ବେଗୁନିଆପଡ଼ାରେ ନିରାଡ଼ମ୍ବର ଭାବେ ଗଜଲକ୍ଷ୍ମୀ ପୂଜା ।

0 224

କୋଦଳା,୩୧/୧୦(ପିପିଟି); ପବିତ୍ର କୁମାର ପୂର୍ଣ୍ଣିମାରେ ଧରାବତରଣ କରିଛନ୍ତି ମା’ ଗଜଲକ୍ଷ୍ମୀ । ପରଦା ପଛପଟେ ଚାଲିଛି କୋଦଳାର ପ୍ରଖ୍ୟାତ ଦେବୀ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା । ବିନା ଆଡ଼ମ୍ବର ଓ ସାଜସଜ୍ଜାରେ ଚଳିତ ବର୍ଷ ହେଉଛି ମା’ଙ୍କ ଆରାଧନା । ପ୍ରତ୍ଯେକ ବର୍ଷ କୋଦଳା ଠାରେ ଦୁଇଗୋଟି ମେଢ଼ ଏକ ମାସ ଧରି ଧୂମ ଧାମରେ ପାଳିତ ହେଉଥିବା ବେଳେ ଏହିବର୍ଷ ନିରାଡ଼ମ୍ବର ଭାବେ ତିନିଗୋଟି ମେଢ଼ ପୂଜା ପାଉଛନ୍ତି । ଶୁକ୍ରବାର ଠାରୁ ଗୋଟିଏ ମେଢ଼ ପୂଜା ଆରମ୍ଭ ହୋଇଥିବା ବେଳେ ଶନିବାର ସମସ୍ତ ପୂଜାବିଧି ଓ ନୀତିନିୟମ ଅନୁଯାଇ କୋଭିଡ କଟକଣାକୁ ପାଥେୟ କରି ପୁରୁଣା ବଜାର ଓ ହନୁମନ୍ତ ନାରାୟଣୀ ଛକ ଠାରେ ପୂଜା ପାଉଛନ୍ତି ମା ଗଜଲକ୍ଷ୍ମୀ । ଏକ ମାସ ନୁହଁ ମାତ୍ର ଏକ ସପ୍ତାହ ମଧ୍ୟ ରେ ମାଙ୍କ ମେଲାଣୀ ଦିଆଯିବ ବୋଲି ପୁରୁଣା ବଜାର କମିଟି ସଦସ୍ୟ ପ୍ରକାଶ କରିବା ସହିତ ପ୍ରତ୍ୟକ ଦିନ ଭକ୍ତଙ୍କ ପାଇଁ ହେଉଥିବା ପ୍ରସାଦ ବ୍ଯବସ୍ଥା କରାଯାଇ ପାରୁନାହିଁ ସେଥିପାଇଁ ଆମ୍ଭେ ଦୁଃଖିତ ବୋଲି କହିଛନ୍ତି । ସେହିପରି ସୁମଣ୍ଡଳ ପଞ୍ଚାୟତ ଭାଲିଆଝର , ଖଣ୍ଡିଆନଈ ଓ ବେଗୁନିଆପଡ଼ାରେ ମଧ୍ୟ ମା ଗଜଲକ୍ଷ୍ମୀଙ୍କୁ ପୂଜା ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.