ରମେଶ ହଲୱାଙ୍କ ଏକାଦଶତମ ଶହୀଦ ଦିବସ ପାଳିତ ।

0 306

ମାଲକାନଗିରି,ତା:୩୧/୧୦(ପିପିଟି); ମାଲକାନଗିରି ସଦର ମାକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ଯାଳୟ ଠାରେ ରମେଶ ହାଲୱାଙ୍କ ଏକାଦଶତମ ଶହୀଦ ଦିବସ ପାଳନ କରାଯାଇଛି । ରମେଶ ହାଲୱା ମାଲକାନଗିରି ସଦର ମହକୁମାରେ ତା:୧୨.୪.୧୯୮୪ରେ ଜନ୍ମ ଗ୍ରଣ କରିଥିଲେ ଏବଂ ମାଲକାନଗିରି ସରକାରୀ ଉଚ୍ଚ ବିଦ୍ଯାଳୟର ଛାତ୍ର ଥିଲେ । ସେ ୧୭୯-ସିଆରପିଏଫ ବାଟାଲିଆନରେ ଯୋଗ ଦେଇ କାର୍ଯ୍ଯକରୁଥିବା ବେଳେ ତା:୨୯.୯.୨୦୦୯ ସଂଧ୍ଯ ୫ଟା୧୦ ମିନିଟ ସମୟରେ ଜାମୁ କାଶ୍ମୀରର ବାରମୂଳା ଜିଲ୍ଲ ଅନ୍ତର୍ଗତ ସୋପୁରା ବଜାରକୁ ପ୍ରଶାସନିକ କାର୍ଯରେ ୩ ଜଣ ଯବାନ ଅସ୍ତ୍ର ଶସ୍ତ୍ର ଏବଂ ଦେହରେ ବୁଲେଟ ଜ୍ଯାକେଟ ପରିଧାନ କରି ଯାଇଥିଲେ । ସେହି ସମୟରେ କିଛି ଅଜ୍ଞାତ ଆତଙ୍କବାଦୀ ଜନ ଗହଳିର ସୁଯୋଗ ନେଇ ୩ ଜଣ ଯବାନଙ୍କୁ ପିଛା କରି ମୁଣ୍ଡ ପଛ ପଟୁ ଅତି ନିକଟରୁ ଗୁଳି ବିଦ୍ଧ କରି ଶହୀଦ କରିଥିଲେ । ସେ ଗୁଳି ବିନିମୟ ସମୟରେ ମାଲକାନଗିରି ଅଞ୍ଚଳର ରମେଶ ହାଲୱା ଶହୀଦ ହୋଇଥିଲେ । ତାଙ୍କର ୧୧ତମ ଶହୀଦ ଦିବସ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ୨୦୨-କୋବ୍ରା ରେଜିମେଣ୍ଟ ଆସିଷ୍ଟାଣ୍ଡ କମାଣ୍ଡେଣଟ ସୁରୀ କୁମାର ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଶହୀଦ ରେମେଶ ହାଲୱାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ଯ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରଥିଲେ । ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ଏବଂ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ନନୀ ଗୋପାଳ ଦାଶ ଶହୀଦ ରମେଶ ହାଲୱାଙ୍କ ବୀରଗତି ସଂପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ନୀରଞ୍ଜନ ପଣ୍ତା ସଭା ପରିଚାଳନ କରିଥିବା ବେଳେ ଅନ୍ଯମାନଙ୍କ ମଧ୍ଯରେ ଏସଆଇ ସନ୍ଦୀପ ସର୍ଶା ,ଅମଲ କୋପେ,ଧନଞ୍ଜୟ ମୁର୍ମୁ,କୃଷ୍ଣ ପ୍ରସାଦ,ତ୍ରିଲୋଚନ ମହାପାତ୍ର,ନର ସିଂହ ମହାନ୍ତି,ଦିନେଶ ହାଲୱା,ସୁରେଶ ହାଲୱା,ଶିକ୍ଷକ ନିତ୍ଯାନନ୍ଦ ପଣ୍ଡା, ଦୁର୍ଗାମାଧବ ପାଢି,ଖଗେଶ୍ବର ମୁଦୁଲି ପ୍ରମୁଖ ଯୋଗଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.