କୋଦଳା,୨୮/୧୦(ପିପିଟି); ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଅବନୀ କୁମାର ସାହୁ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ସାହୁ ଗଞ୍ଜାମ ତହସିଲଦାର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । ଏଠାକାର ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ହିଞ୍ଜିଳିକାଟୁ ତହସିଲ୍ କାର୍ଯ୍ୟାଳୟକୁ ବଦଳି ହୋଇଯାଇଛି । ପୂର୍ବ ତହସିଲଦାରଙ୍କ ଭଳି ନିରପେକ୍ଷ କାର୍ଯ୍ଯ କରି ଜନସାଧାରଣଙ୍କ ବିଶ୍ଵାସ ଭାଜନ ହେବା ପାଇଁ ସାଧାରଣ ଜନତା ଆଶା ରଖିଛନ୍ତି ।