ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ, ଦାବିପତ୍ର ପ୍ରଦାନ ।

0 437

ସମ୍ବଲପୁର,୨୦/୧୦;ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ରେଗୁଲାର କରିବା,୨୧ ହଜାରରୁ ଉର୍ଦ୍ଧ୍ଵ ଦରମା ଦେବା,୨୦ ହଜାର ପେନସନ, କୋଭିଡ୍ ଯୋଦ୍ଧା ଅଙ୍ଗନୱାଡ଼ି ଙ୍କୁ ଅନ୍ୟ ରାଜ୍ୟ ପରି ଏଠି ବି ଅଧିକା ପ୍ରୋତ୍ସାହନ ରାଶି, ରିକ୍ସ୍ ଆଲାଉନ୍ସ, ବିମା ବ୍ୟବସ୍ଥାକୁ ଠିକ୍ ଠାକ୍ କାର୍ଯ୍ୟକାରୀ କରିବା, ଶିକ୍ଷାନୀତି ରେ ଆବଶ୍ୟକୀୟ ସଂଶୋଧନ,ଆଇସିଡିଏସ କୁ ଘରୋଇ କରଣ କରିବା ପ୍ରସ୍ତାବ ରୁ ଓହରିବ, ଅଣ୍ଡା, ପନିପରିବା, ଗ୍ରୋଷରି ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ଦେଖି ଅଧିକା ଟଙ୍କା ବ୍ୟବସ୍ଥା କରାଯିବ।, ଅଙ୍ଗନୱାଡ଼ି କେନ୍ଦ୍ରକୁ ଦିଆଯାଉଥିବା ଚାଉଳର ଓଜନ ପରିମାଣ କମ୍ ରହୁଥିବାରୁ ସଠିକ୍ ପରିମାଣର ଚାଉଳ ଯୋଗାଇବା, ବକେୟା ଥିବା କେନ୍ଦ୍ର ଭଡ଼ା ସହିତ ସମସ୍ତ ବକେୟା ପାଉଣା ଦେବା, ଶତପ୍ରତି ଶତ ପଦୋନ୍ନତି ସହିତ ସମସ୍ତ ବ୍ଲକ୍ ଓ ପ୍ରକଳ୍ପର କର୍ମୀଙ୍କୁ ଅଗ୍ରାଧିକାର ଦେବା, ଅଙ୍ଗନୱାଡ଼ି କେନ୍ଦ୍ର ଶିଶୁଙ୍କୁ ଗୁଣାତ୍ମକ ପୋଷାକ ଯୋଗାଇ ଦେବା, ଗ୍ରାମ କଲ୍ୟାଣ ସମିତିରୁ ବାଦ୍ ଦେବା , ସାମାଜିକ ସୁରକ୍ଷା ଯୋଜନା ରେ ସାମିଲ ପ୍ରଭୃତି ଦାବି ନେଇ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳର କର୍ମୀ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ଉପ ଜିଲ୍ଲାପାଳ, ପୌରାଞ୍ଚଳ ସିଡିପିଓଙ୍କୁ ଦାବିପତ୍ର ଦେଇଥିଲେ। ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ଆବାହକ ପ୍ରଶାନ୍ତ ପାଢୀ, ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ଜିଲ୍ଲା ସଭାନେତ୍ରୀ ଦୁସିଲା ଧୂରୁଆ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କନକ ପ୍ରଧାନ, ଫଣୀ ରାଉଳ, ପ୍ରମିଳା ସିଂ, ଉର୍ମିଳା ବାଗ୍, ଇନକ୍ଷୀ ପତୀ, ରଞ୍ଜିତା କେରକେଟା, ମମତା ପ୍ରଧାନ, ଯୋଷବନ୍ତି ବେହେରା, ଅନୁଷୟା ଶତପଥି, ସୁଲୋଚନା ଦୀକ୍ଷିତ, ରତ୍ନମଣି ସାହୁ, ଉର୍ମିଳା ସାହୁ, ପଙ୍କଜିନି ମିଶ୍ର, ମିନତୀ ଦାସ, ସସ୍ମିତା ବେହେରା, ସସ୍ମିତା ଓରାମ, ସରୋଜ। ବିଶ୍ଵାଳ , ସଂଘମିତ୍ରା ପଟ୍ଟନାୟକ ସମେତ ବହୁ ସଂଖ୍ୟାରେ ସାମାଜିକ ଓ ଶାରୀରିକ ଦୂରତା ବଜାୟ ରଖି ଉପସ୍ଥିତ ଥିଲେ। ସରକାର କର୍ମୀଙ୍କ ସମସ୍ୟା ପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଶିଷ୍ଟ ଶ୍ରମିକ ନେତା ତଥା ଆବାହକ ପ୍ରଶାନ୍ତ ପାଢୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.