ବୋନସ ଦାବୀ ନେଇ ଡାକ କର୍ମଚାରୀ ମାନଙ୍କ ପ୍ରତିବାଦ ।

0 312

ହିଞ୍ଜିଳିକାଟୁ,ତା-୨୦/୧୦(ପିପିଟି) ;ଜାତୀୟ ଡାକ କର୍ମଚାରୀ ମାନଙ୍କ ବୋନସ ପ୍ରଦାନକୁ ନେଇ ସମସ୍ତ ଡାକ କର୍ମଚାରୀ ଡାକ ମୁଖ୍ଯାଳୟ ଆଗରେ ଦାବୀମୂଳକ ବିଭିନ୍ନ ସ୍ଳୋଗାନ ସହ ଧାରଣା ପ୍ରଦର୍ଶନ କରିଛନ୍ତି । ତୁରନ୍ତ ବୋନସ ଜନିତ ଦାବି ପ୍ରଦାନ ନକରାଗଲେ ଆସନ୍ତା ୨୮/୧୦/, ୬/୧୧, ୧୯/୧୧ଏବଂ ୨୬/୧୧/୨୦ ଭିତରେ ବିଭିନ୍ନ ସ୍ତରର ଦାବି ସହ ଶେଷଦିନରେ ସର୍ବଭାରତୀୟ ସ୍ତରରେ ଧାରଣା ମୂଳକ ପ୍ରତିବାଦ କରାଯିବ ବୋଲି ଏକ ବାର୍ତ୍ତାରୁ ସୂଚନା ମିଳିଛି । ଦିନକୁ ଦିନ ଏହି ଧାରଣା ପ୍ରତିବାଦ ତିବ୍ରତର କରାଯିବା ବୋଲି ସୂଚନାରେ କୁହାଯାଇଛି । ଏଣୁ ବୋନସ ପ୍ରଦାନରେ ତୁରନ୍ତ ପଦକ୍ଷେପ ନେବା ସହ ବିଭିନ୍ନ ସମସ୍ଯାର ସମାଧାନ କରିବାକୁ ଡାକ କର୍ମଚାରୀ ମାନଙ୍କ ତରଫରୁ କୁହାଯାଇଛି । ଏହି ଧାରଣା ନିର୍ଧାରିତ ତାରିଖ ମଧ୍ଯାହ୍ନ ଭୋଜନ ସମୟରୁ କଂଚିତ ସମୟ ବାହାର କରି ଧାରଣା ପ୍ରଦର୍ଶନ କରାଯିବ ବୋଲି ହିଞ୍ଜିଳି ଏସପିଏମ ସୀତାରାମ ପ୍ରଧାନ ଏବଂ ଜିଡିଏସ ବିମଳ ପ୍ରସାଦଙ୍କ ଠାରୁ ପ୍ରକାଶ ।

(ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)

Leave A Reply

Your email address will not be published.