ମହାନ ବୈଜ୍ଞାନିକ ଓ ମିସାଇଲ ମେନ ଡ. ଏ.ପି.ଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ ଓ ବିଶ୍ୱ ଛାତ୍ର ଦିବସ ପାଳିତ ।

0 269

ଶେରଗଡ,୧୫/୧୦(ପିପିଟି); ଆଜି ଟ୍ରୀ ଫାଉଣ୍ଡେସନ, ଶେରଗଡ଼ ଓ ବିଜୁ ପଟ୍ଟନାୟକ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ସମନ୍ୱୟ ରେ ମହାନ ବୈଜ୍ଞାନିକ ମହାମାନବ, ମିସାଇଲ ମ୍ୟାନ ଡ଼. ଏ. ପି. ଜେ. ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ ଏବଂ ବିଶ୍ୱ ଛାତ୍ର ଦିବସ ପାଳିତ ହୋଇଯାଇଛି l ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ଦୀପ ପ୍ରଜ୍ୱଳନ କରି କଲାମଙ୍କ ଆଦର୍ଶକୁ ପାଥେୟ କରି ପ୍ରତ୍ୟକ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ନିଜକୁ ଏକ ମେଳାପୀ, ସ୍ନେହ ବତ୍ସଳ ବ୍ୟକ୍ତିତ୍ୱ ରେ ଗଢି ତୋଳିବାକୁ ହେବ ବୋଲି ଉଦବୋଧନ ଦେଇଥିଲେ l ବିଜୁ ପଟ୍ଟନାୟକ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଅଧକ୍ଷ ତଥା ଟ୍ରୀ ଫାଉଣ୍ଡେସନ ର ସଭାପତି ଗୌରହରି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଲାମଙ୍କ ଜୀବନୀ ଉପସ୍ଥାପନ କରିବା ସହ ଓ ସମସ୍ତ ବ୍ୟକ୍ତିତ୍ୱକୁ ଭଲପାଇ ଶାନ୍ତି -ମୈତ୍ରୀ ର ସମ୍ପର୍କ ଗଢି ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ନିମିତ୍ତ ପ୍ରେରଣା ଦେଇଥିଲେ । ଅଧ୍ୟାପକ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ସହ ଏକ ଆଦର୍ଶ ଓ ବହୁ ମୂଲ୍ୟବାନ ବ୍ୟକ୍ତିତ୍ୱକୁ ନିଜ ସମ୍ଭାଷଣ ରେ ରଖି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବାପୁନି ପଣ୍ଡା, ଆଦିତ୍ୟ ନାରାୟଣ ମହାରଣା, ସୁଲତା ପାଢ଼ୀ, ମିନତୀ ଗୌଡ଼, ଅଧ୍ୟାପିକା ମିନାକ୍ଷୀ, ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ପଣ୍ଡା, ଅଧ୍ୟାପକ ନୀଳମାଧଵ ପାଣିଗ୍ରାହୀଏବଂ ପ୍ରଦୋଷ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.