ଲଗାଣ ବର୍ଷା କାରଣରୁ ଧୋଇଗଲା ନାଳ, ଯାତାୟତ ବାଧାପ୍ରାପ୍ତ ଲୋକେ ହନ୍ତସନ୍ତ ।

0 1,950

ସାନଖେମୁଣ୍ଡି,ତା-୧୪/୧୦(ପିପିଟି); ଲଘୁଚାପ ଘନୀଭୂତ କାରଣ ଜନିତ ବର୍ଷାରେ ସାନଖେମୁଣ୍ଡି ଅଞ୍ଚଳରେ ବ୍ୟାପକ ଚାଷ ଜମି ଜଳମଗ୍ନ ହେବା ସହ ଧାନ ଫସଲ ବିଭିନ୍ନ ପନିପରିବା ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଘୋଡ଼ାହାଡ ନଦୀବନ୍ଧର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳ ଭଣ୍ଡାର ସ୍ତର ବଢିବା ସହ ବିପଦ ସଙ୍କେତ ନିକଟତର ହୋଇଅଛି । ଜଳ ସମ୍ପଦ ବିଭାଗ ଦ୍ଵାରା ଜରୁରୀ ସୂଚନା ପ୍ରକାରେ ଆବଶ୍ୟକତାକୁ ଦେଖି ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାଯାଇଛି । ଅନ୍ୟ କ୍ରମରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜାତୀୟ ରାଜପଥ ୩୨୬ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପଳାଶପୁର ନିକଟବର୍ତ୍ତୀ ଶେରଗଡ଼ , ଆସିକା ରାସ୍ତାର ନିର୍ମାଣାଧୀନ ପୋଚକା ନାଳ ସେତୁ ସଂଯୋଗ ରାସ୍ତା ପୁଣି ଭାସିଯିବା କାରଣରୁ ଦିଗପହଣ୍ଡି – ଶେରଗଡ଼ – ଆସିକା ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଅଛି । ମିଳିଥିବା ଖବର ଅନୁଯାୟୀ ଦୁଇ ଦିନ ଧରି ଲଗାଣ ବର୍ଷା କାରଣରୁ ଉପରମୁଣ୍ଡରେ ଥିବା ରଘୁନାଥ ସାଗର ଜଳ ଭଣ୍ଡାର ପାଣି ସହ ଗଙ୍ଗାପୁର ଓ ଜିଉରା ପଞ୍ଚାୟତ ଅଞ୍ଚଳରୁ ଆସୁଥିବା ପ୍ରବଳ ଜଳସ୍ରୋତ ନିର୍ମାଣାଧୀନ ପୋଚାକା ନାଳସେତୁକୁ ଭସାଇ ନେଇଥିବା ଜଣାଯାଇଛି । ଯାତାୟତ କରୁଥିବା ଯାତ୍ରୀ ମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ମିଶାଇ ତିନିଥର ରାସ୍ତା ଏମିତି ଭାସି ଗଲାଣି ହେଲେ ବିଭାଗୀୟ ଅଧିକାରୀଙ୍କ ଏଥି ପ୍ରତି ଦୃଷ୍ଟି ପଡୁନଥିବା ପରିଲକ୍ଷିତ ହେଉଚି । ବିଭାଗ ଏହାର ସ୍ଥାୟୀ ପ୍ରତିକାର ନକରି ମରାମତି ପ୍ରତି ଅଧିକ ଗୁରୁତ୍ୱ ଦେଉଛି। ମରାମତିରେ ଅଧିକ କମିଶନ ବୋଲି ସାଧାରଣରେ ଚର୍ଚ୍ଚା ଶୁଣିବାକୁ ମିଳୁଛି।

(ରିପୋର୍ଟ,- ଆରତ କୁମାର ହୋତା। )

Leave A Reply

Your email address will not be published.