ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ।

0 258

ଭଞ୍ଜନଗର,୧୩/୧୦(ପିପିଟି);  ଭଞ୍ଜନଗର ହାତିବନ୍ଧ ସାହିରେ ଥିବା ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ମାଲ ସାହିରେ ଭଡାରେ ରହୁଥିବା ବିଧାନ ପାତ୍ର(୫୦)।ସେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ରାତ୍ରୀ ଜଗୁଆଳ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାମରେ ବିଧାନ ପୋଖରୀକୁ ଆସିଥିବା ବେଳେ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଭଞ୍ଜନଗର ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.