ହିଞ୍ଜିଳିକାଟୁ ୭/୧୦(ପିପିଟି); ହିଞ୍ଜିଳି ବିଜେଡି ତରଫରୁ ଗଣ୍ଡଳା ଠାରେ ଏକ ଜନସଚେତନା ରାଲି ଅନୁଷ୍ଠିତ ହୋଇଯାଇଛି । ଗଣ୍ଡଳା ଗ୍ରାମପଞ୍ଚାୟତ ଏବଂ ବେଲଗାଂରେ ଦଳ ତରଫରୁ ମାସ୍କ ବଣ୍ଟନ ସହ କରୋନା ସମ୍ଭନ୍ଧୀୟ ସଚେତନତା କରାଯାଇଥିଲା । ଉକ୍ତ ସଚେତନତା ରାଲିରେ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ,ବ୍ଳକ ଚେୟାରମ୍ୟାନ ଏନ୍ ରଘୁନାଥ , ଡି ବିଶ୍ବନାଥ ,ପଳାସୀର ସମାଜସେବୀ ରାଜେଶ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସୁଧାଂଶୁ ସାହୁ ,ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗାମାଧବ ସାହୁ ,ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିବା ସହ ଉକ୍ତ ସଚେତନତା ରାଲିକୁ ପରିଚାଳନା କରିଥିଲେ । (ରିପୋର୍ଟର – ପ୍ରଭୁଦତ ପାତ୍ର ।)