ବୋଲଗଡ଼,୦୬/୧୦(ପିପିଟି); ବୋଲଗଡ଼ ବ୍ଲକ ଅଞ୍ଚଳର ନାଉପଦା ଗ୍ରାମର ବାସନ୍ତୀ ବରାଡଙ୍କ ପାଇଁ୧୦୮ଆମ୍ବୁଲାନ୍ସ କର୍ମଚାରୀ ଦେବ ଦୂତ ସାଜିଛନ୍ତି। ପାରିବାରିକ ଗଣ୍ଡଗୋଳ ଯୋଗୁ ପରିବାରର କିଛି ଲୋକ ମାଡମାରି ଜଲ୍ଲାପଡା ପାହାଡ଼ ଉପରେ ବାସନ୍ତୀ କୁ ଫିଙ୍ଗି ଦେଇଥିଲେ। ଭୁବନେଶ୍ବର ରେ ରହୁଥିବାପୁଅ ମାଁ ଙ୍କ ଖବର ପାଇ ଘରେ ପହଞ୍ଚି ଥିଲେ। ମା ଙ୍କୁ ନେବାପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଆମ୍ବୁଲାନ୍ସ ପହଞ୍ଚିଥିଲେ ବି ରାସ୍ତା ଭଲ ନଥିବାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକିରହିଥିଲା। ସେସରେ ଉପାୟ ନ ପାଇ ଡ୍ରାଇଭର ସଦାଶିବ ମଲିକ୍ ହେଲଫର ଅନ୍ତର୍ଯ୍ୟାମି ବେହେରା ଆହାତ ବାସନ୍ତୀକୁ ଷ୍ଟ୍ରେଚେରରେ ଗାଡିପର୍ଯ୍ଯନ୍ତ ବୋହିଆଣିଥିଲେ। ରୋଗୀକୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତର ମହିଳାଙ୍କୁ ଠିକ୍ ସମୟରେ ମେଡିକାଲରେ ପ଼ହଁଚାଇ ଦେବଦୁତସାଜିଛନ୍ତି ୧୦୮ଆମ୍ବୁଲାନ୍ସ କର୍ମଚାରୀ ତାଙ୍କର ଏହି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି। (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)