ବଦଳିଲେ ଜଗତସିଂପୁର ଜିଲ୍ଲାପାଳ ।

0 350

ଜଗତସିହଂପୁର,୦୪/୧୦ (ପିପିଟି); ଆଜି ହଠାତ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ଆସନ୍ତା ନଭେମ୍ବର ୩ରେ ତିର୍ତ୍ତୋଲରେ ଉପନିର୍ବାଚନ ହେବ । ସଂଗ୍ରାମ କେଶରୀଙ୍କ ଘର ତିର୍ତ୍ତୋଲରେ ହୋଇଥିବାରୁ ନିର୍ବାଚନରେ ନିରପେକ୍ଷତା ନେଇ ବିରୋଧୀ ସନ୍ଦେହ କରି ବିରୋଧ କରିଥିଲେ ଓ ତାଙ୍କୁ ବଦଳି କରିବା ପାଇଁ ବିରୋଧୀମାନେ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ଯାହା ଫଳରେ ଆଜି ତାଙ୍କୁ ବଦଳି କରାଯାଇଛି ଏବଂ ଜଗତସିଂପୁରର ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । (ରିପୋର୍ଟ – ପ୍ରତାପ କୁମାର ସିଂହ ।)

Leave A Reply

Your email address will not be published.