ବେଆଇନ ଟ୍ରକ ବଡି ଗେରେଜ ଉପରେ ବନ ବିଭାଗର ଚଡାଉ, ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ ।

0 256

ରାଇରଙ୍ଗପୁର,୨୪/୦୯(ପିପିଟି); ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧୁଆଣି ରେଞ୍ଜ ଟାଙ୍ଗାବିଲା ଠାରେ ଥିବା ଶ୍ରୀ ରାମ ଟ୍ରକ ବଡି ଗ୍ୟାରେଜରେ ଚଢାଉ କରାଯାଇ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ ଚଡାଉ କରି ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ବୋଡି ଗେରେଜ ମାଲିକ ଖସିଯିବା ପାଇଁ ସଫଳ ହୋଇଛି । ଏପରି ବେଆଇନ ବୋଡି ଗେରେଜ ସହିତ ଚୋରା କାଠ ଚାଲାଣ କାରୀ ଦିନକୁ ଦିନ ବୃଦ୍ଧିେ ପାଇବା ଫଳରେ ଜଙ୍ଗଲ ସଫା ହେବାକୁ ବସିଲାଣି । ପୁଣି ଗତ ବୁଧବାର ରାତି ଦୁଧିଆଣି ରେଞ୍ଜ କର୍ମଚାରୀ ମାନେ ଲାଲି ରଙ୍ଗର ବୋଲେର ନମ୍ବର OR- 11- J- 2396 ଗାଡି ରେ ବେଆଇନ୍ କାଠ ଚୋରା ଚାଲାଣ ହେଉଥିବା ବେଳେ ବନ କର୍ମଚାରୀ ମାନେ ସେହି ବୋଲେର ଗାଡିକୁ ଧରିନେଇଥିଲା । ଏଥିରୁ ବେସ୍ ଅନୁମେୟ ହେଉଛି ଯେ କାଠ ଚୋରା ମାନେ ଶିମିଳିପାଳ ବନାଞ୍ଚଳରେ ସକ୍ରୀୟ ରହିଛନ୍ତି। ସରକାରଙ୍କ ବନବିଭାଗ ଏଥି ପ୍ରତି କଡା ନଜର ରଖିବାକୁ ସାଧାରଣ ରେ ଦାବୀ ହେଉଛି ନଚେତ୍ ଆଗାମୀ ଦିନରେ ଶିମିଳିପାଳ ଧ୍ୱଂସ ପାଇବ ବୋଲି ପରିବେଶବିତଗଣ ଚିନ୍ତା ପ୍ରକଟ କରିଛନ୍ତି । (ରିପୋର୍ଟ – ଅକ୍ଷୟ ବିଶ୍ବାଳ ।)

Leave A Reply

Your email address will not be published.