ବେଲଗୁଣ୍ଠା-୧୯/୦୯(ପିପିଟି); ଗତକାଲି ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ମୁଖ୍ୟ ସଡକରେ ଇଲେକ୍ଟ୍ରି ଦୋକାନ କରିଥିବା ଦୟା ବିଶ୍ୱାଳଙ୍କ ଦୋକାନରୁ ଚୋରି ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି । ସବୁଦିନ ପରି ଦୟା ରାତି ୧୦.୩୦ରେ ଦୋକାନ ବନ୍ଦ କରି ଘରକୁ ଯାଇଥଲେ । ପରେ ରାତି ୧୨ ରୁ ଘଣ୍ଟାଏ ଭିତରେ ଚୋରମାନେ କବାଟ ଭାଙ୍ଗି ଗୋଟିଏ ଡ୍ରିଲ୍ ମେସିନ,ଇଲେକ୍ଟ୍ରିକାଲ ଟୁଲ୍,ଫେନ୍ କଏଲ୍,ଆର୍ମେଚର୍ ଏବଂ ଇଲେକ୍ଟ୍ରିକାଲ ସ୍ପେର୍ ପାର୍ଟ ଚୋରି କରି ନେଇଥିବା ଦୟା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ଦୁଇଜଣକୁ ଅଟକ ରଖି ପଚରାଉଚରା କରୁଛି । (ରିପୋର୍ଟ – ଶିବରାମ ଚୌଧୁରୀ ।)