ଜଲ ଦସ୍ତଖତରେ ସତ୍ଯପାଠ ଦେଇ ସରକାରୀ ଲାଇସେନ୍ସ ହାତେଇ ଔଷଧ ଦୋକାନ ।

0 515

ଫୁଲବାଣୀ,୧୩/୦୯(ପିପିଟି); କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ କିଭଳି ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା ତାହାର ଉଦାହରଣ ହେଉଛି ଫୁଲବାଣୀ ସହର ନାରାୟଣୀ ଛକରେ ଥିବା ଶିବଶକ୍ତି ନାମକ ଏକ ଔଷଧ ଦୋକାନ । ୮ ମାସ ପୂର୍ବେ ଖୋଲା ଯାଇଥିବା ଏହି ଦୋକାନଟି ପ୍ରାୟ ୩୦ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଜାଲ ଦସ୍ତଖତରେ ସତ୍ୟପାଠ ଦେଇ ସରକାରୀ ଲାଇସେନ୍ସ ହାତେଇ ସରକାରୀ ଜମିରେ ଥିବା ଘର ଭଡା ନେଇ ଚଳାଇଛନ୍ତି ଔଷଧ ଦୋକାନ ଓ କ୍ଲିନିକ । ଡାକ୍ତର କିମ୍ବା ଫାର୍ମାସିଷ୍ଟ ନଥାଇ ଦୋକାନୀ ଜଣକ ଚଳାଇଛନ୍ତି ଚିକିତ୍ସା । ଏହିଭଳିକି କୋରନା ରୋଗୀଙ୍କୁ ବିନା ପରୀକ୍ଷାରେ ସାଲାଇନ ଓ ରକ୍ତ ଦେଇ ଚିକିତ୍ସା କରିବା ପରେ ଗୁରୁତ୍ୱର ହୋଇଯିବାରୁ କୋଭିଡ ହସ୍ପିଟାଲକୁ ଯାଇ ଚିକିତ୍ସା ହୋଇ ଭଲ ହେବା ପରେ ଫେରିଥିବା ଅଭିଯୋଗ କରିଛନ୍ତି କିଛି ରୋଗୀ । ଜଦି ଖୋଦ ସଦର ମହକୁମାରେ ଏହିଭଳିକି ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା ତେବେ ଜିଲ୍ଲାର ଦୁର୍ଗମ ଅଞ୍ଚଳ କିଭଳି ଥିବ ? ଏହି ଘଟଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଡ୍ରଗ ଇନିସ୍ପେକ୍ଟର ତୁରନ୍ତ ଏହି ଔଷଧ ଦୋକାନର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ଏବଂ ଜିଲ୍ଲା ପ୍ରଶାସନ ଏହି ସରକାରୀ ଜମିରେ ଚାଲିଥିବା ଔଷଧ ଦୋକାନ ଓ କ୍ଲିନିକ ଚାଞ୍ଚକତା କରି କିଭଳି ମୃତ ଲୋକଙ୍କ କାଗଜ ପତ୍ର ହାସଲ କରି ଲାଇସେନ୍ସ ହାତେଇଛି ଓ ଏହାର ଉପଯୁକ୍ତ ତଦନ୍ତ ନ କରି କିଭଳି ଲାଇସେନ୍ସ ପ୍ରଦାନ କରାଯାଇଛି ତଦନ୍ତ ଦାବି ହେଉଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.