ପୁର୍ବତନ ବିଧାୟକ ରାମମୂର୍ତ୍ତି ମୁଟିକାଙ୍କ ବିୟୋଗରେ ରାୟଗଡା ବିଜେଡ଼ି ସଭାପତିଙ୍କ ଶୋକପ୍ରକାଶ ଓ ସମବେଦନା ଜ୍ଞାପନ।

0 313

ରାୟଗଡା,୧୩/୦୯(ପିପିଟି); ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟିକାଙ୍କ ଅବର୍ତମାନରେ ରାୟଗଡା ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର ଦାସ ସୁବାଇ ଗ୍ରାମକୁ ଯାଇ ଶୋକସନ୍ତପ୍ତ ପରିବାରଵର୍ଗଙ୍କୁ ସମବେଦନା ଜଣାଇବା ସହ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀ ଜଣେ ସଚ୍ଚୋଟ, ନିଷ୍କପଟ, ସରଳ ରାଜନୈତିକ ବ୍ୟକ୍ତିଙ୍କୁ ହରାଇଲା ବୋଲି କହିଛନ୍ତି। ଏହାପରେ ସୁଧିର ଦାସ ପଦ୍ମପୁର ବ୍ଲକ ଖିଲାପଦର ଗ୍ରାମକୁ ଯାଇ ପୁର୍ବତନ ମନ୍ତ୍ରୀ ଭାଗିରଥି ଗମାଙ୍ଗଙ୍କ ଜ୍ବାଇଁ ଶରତ ଗମାଙ୍ଗଙ୍କ ନିଧନରେ ତାଙ୍କ ପତ୍ନୀ ଉଷା ଗମାଙ୍ଗ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ଏହାପରେ ବିଜେଡି ସଭାପତି ଗୋଡିଆବନ୍ଧ ଗାଁକୁ ଯାଇ ଜିଲ୍ଲାପରିଷଦ ସଭ୍ୟ ନେତ୍ରାନନ୍ଦ କୈବର୍ତ୍ତଙ୍କ ପତ୍ନୀଙ୍କ ବିୟୋଗରେ ମଧ୍ୟ ଶୋକପ୍ରକାଶ କରିଛନ୍ତି। ସୁଧିର ଦାସଙ୍କ ସହ ଜିଲ୍ଲା ବିଜେଡି ସମ୍ପାଦକ ଗଗନ ଆଚାର୍ଯ୍ୟ, ଗୋଦାବରୀ ରାଉତ,ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ, ପୁର୍ବତନ ଅଧ୍ୟକ୍ଷ କୈଳାଶ କ୍ରାସ୍କା ରାମନାଗୁଡା ବ୍ଲକ ବିଜେଡି ସଭାପତି ବିଜୟ ମାଣ୍ଡାଙ୍ଗୀ ମଧ୍ୟ ପରିବାରଲୋକଙ୍କୁ ସମବେଦନା ଜଣାଇବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। (ରିପୋର୍ଟ – ନବୀନ ନାୟକ ବେହେରା)

Leave A Reply

Your email address will not be published.