କନ୍ୟା ଶିଶୁ ଦିବସ ଅବସରେ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 42

ବେଗୁନିଆପଡା , ୦୯/୧୦(ପିପିଟି):ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋଦଳାରେ ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ଅବସରରେ କୋଦଳା ଥାନା ପକ୍ଷରୁ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଥିଲା ବାଲ୍ୟ ବିବାହ ବନ୍ଦ କରନ୍ତୁ ଏବଂ ଝିଅମାନଙ୍କ ଅଧିକାର ସୁରକ୍ଷିତ କରନ୍ତୁ। ଏହି ଅବସରରେ କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ସବ ଇନିସ୍ପେକ୍ଟର ସୁଶ୍ରୀ ରିଜୁ ବାଳା ନାୟକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ- ସୁଶ୍ରୀ ସନ୍ଧ୍ୟାରାଣୀ ତରେଇ, ବରିଷ୍ଠ ଶିକ୍ଷକ ରୋହିତ କୁମାର ବାରିକ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀମାନଙ୍କୁ ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ, ଏହା ଦ୍ୱାରା ଝିଅମାନଙ୍କ ପାଠପଢା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ନଷ୍ଟ ହେଉଛି ବୋଲି ବୁଝାଇଥିଲେ। ଝିଅମାନଙ୍କୁ ସଶକ୍ତ କରିବା ପାଇଁ ଶିକ୍ଷା ହେଉଛି ମୁଖ୍ୟ ଅସ୍ତ୍ର ବୋଲି କହିଥିଲେ। ଏବଂ ବାଲ୍ୟ ବିବାହକୁ ନାଁ ସଚେତନ କରାଇ କହିଥିଲେ ଯେ, ୧୮ ବର୍ଷ ପୂର୍ବରୁ ବିବାହ କରିବା ଓ କରାଇବା ଉଭୟ ଆଇନ ଅନୁଯାୟୀ ଅପରାଧ।
ଏହି କାର୍ଯ୍ୟକ୍ରମରେ କୋଦଳା ପୋଲିସ ଥାନାର ବହୁ କର୍ମଚାରୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଣ-ଶିକ୍ଷକ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉକ୍ତ କାଯ୍ୟକ୍ରମକୁ ସଫଳ କରିଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.