ସ୍ତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ ଅଭିଯୋଗରେ ସ୍ୱାମୀ ଗିରଫ ।

0 0

ପୁରୀ, ୦୪/୧୦: ସ୍ତ୍ରୀଙ୍କ ଫଟୋ ଓ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଏବଂ ତାଙ୍କୁ ଅପମାନିତ କରିବା ଅଭିଯୋଗରେ ପୁରୀ ସାଇବର ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଶନିବାର ଅଦାଲତକୁ ପଠାଇଛି। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଯାଇଛି। ଗିରଫ ବ୍ୟକ୍ତି ହେଲେ କାକଟପୁର ଥାନା ଅଧୀନ ବରଜିସାହିର ମନୋଜ ସିଂ (୩୭)। ପୁଲିସ ତାଙ୍କଠାରୁ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ମନୋଜ ଦୀର୍ଘ ପ୍ରାୟ ଆଠ ବର୍ଷ ଧରି ନିଜ ସ୍ତ୍ରୀ ସରସ୍ୱତୀ ଓ ଦୁଇ ସନ୍ତାନଙ୍କଠାରୁ ଅଲଗା ରହୁଥିଲେ। ସରସ୍ୱତୀ ଶାଶୂ, ଶଶୁର ଓ ଦୁଇ ସନ୍ତାନଙ୍କ ସହ ରହୁଛନ୍ତି। ଅଭିଯୋଗ ଅନୁଯାୟୀ, ପ୍ରାୟ ଦୁଇ ମାସ ତଳେ ମନୋଜ ସରସ୍ୱତୀଙ୍କ କିଛି ଫଟୋ ଓ ଭିଡିଓକୁ ସମ୍ପାଦନା କରି ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରସାର କରିଥିଲେ। ଏଥିସହ ତାଙ୍କ ମୋବାଇଲ୍‌ ନମ୍ବର ପ୍ରଚାର କରି ତାଙ୍କ ଚରିତ୍ରହାନି କରିବାକୁ ଉଦ୍ୟମ କରିଥିବା ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଜୀବନରୁ ମାରିଦେବାର ଧମକ ଦେଇଥିବା ସରସ୍ୱତୀ ଅଭିଯୋଗ କରିଛନ୍ତି। ସେ ଗତ ଜୁନ୍‌ ୮ ତାରିଖରେ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ପରେ ମନୋଜଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.