ଅଖିଳ ଭାରତ ମହିଳା କଂଗ୍ରେସର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ।

0 1

ଭୁବନେଶ୍ୱର,୧୬/୦୯(ପିପିଟି ):: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱର ବାଜପେୟୀ ନଗର, ଯାତ୍ରା ପଡିଆ ଠାରେ ଅଖିଳ ଭାରତ ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଅଛି । ଏହି ଅବସରରେ ଉପସ୍ଥିତ ମହିଳା କଂଗ୍ରେସର କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ଶ୍ରୀମତୀ ବାହିନୀପତି କହିଥିଲେ ଯେ, ୧୯୪୦ ମସିହାରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଚେତା କ୍ରିପାଲାନୀ ଭାରତୀୟ ଜାତୀୟ କଂଗ୍ରେସର ମହିଳା ଶାଖା ପ୍ରତିଷ୍ଠା କରିଥିଲେ । ଏହାପରେ ୧୯୫୨ ମସିହା ଠାରୁ ୧୯୮୩ ମସିହା ପର୍ଯ୍ୟନ୍ତ ଏହା ଦଳର ମହିଳା ସେଲ୍ ବା ଶାଖା ଭାବରେ କାର୍ଯ୍ୟ କରିଥିଲା । ୧୯୮୪ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମହିଳା କଂଗ୍ରେସର ପୁନଃଗଠନ କରି ଏହି ବାଙ୍ଗାଲୋର ଠାରେ ଜାତୀୟ କନଭେନସନରେ ସଂଗଠନକୁ ଅଖିଳ ଭାରତ ମହିଳା କଂଗ୍ରେସ ନାମରେ ରୁପାୟନ କରିଥିଲେ । ୧୯୮୪ ମସିହାରୁ ୧୯୮୮ ମସିହା ପର୍ଯ୍ୟନ୍ତ ଏହାର ପ୍ରଥମ ସଭାନେତ୍ରୀ ହୋଇଥିଲେ ବେଗମ ଅବିଦା ଅହମ୍ମଦ ଏବଂ ଦ୍ୱିତୀୟ ସଭାନେତ୍ରୀ ହୋଇଥିଲେ ଜୟନ୍ତୀ ପଟ୍ଟନାୟକ ।

ଆଜି ଦେଶରେ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାନେତ୍ରୀ ଅଳକାଲାମ୍ବାଙ୍କ ନେତୃତ୍ୱରେ ମହିଳ କଂଗ୍ରେସ ଖୁବ୍ ସକ୍ରୀୟ ଭାବେ କାର୍ଯ୍ୟ କରୁଛି । ଶ୍ରୀମତୀ ଲାମ୍ବା ମହିଳା ଅଧିକାର, ନ୍ୟାୟ ଓ ନିଯୁକ୍ତି ପାଇଁ ସମର୍ପିତ ସଂଗ୍ରାମ କରୁଛନ୍ତି । ମହିଳା ଦୁଷ୍କର୍ମ, ନିର୍ଯ୍ୟାତନା ବିରୁଦ୍ଧରେ ଓଡ଼ିଶା ମହିଳା କଂଗ୍ରେସ ସଂଗ୍ରାମ ଜାରି ରଖିଛି । ଓଡ଼ିଶାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ସଂଗ୍ରାମକୁ ଆଗେଇ ନେବାକୁ ଆମକୁ ଉତ୍ସାହିତ କରୁଛନ୍ତି । ଓଡ଼ିଶାରେ ପ୍ରତି ବ୍ଲକରେ ଏବଂ ପଞ୍ଚାୟତରେ ମହିଳା କଂଗ୍ରେସ ସଭାନେତ୍ରୀ ନିଯୁକ୍ତି ହେବା ସହ ଓଡ଼ିଶାରେ ଅନିୟନ୍ତ୍ରୀତ ମହିଳା ଅତ୍ୟାଚାର ଓ ଦୁଷ୍କର୍ମ ବିରୁଦ୍ଧରେ ତୃଣମୂଳ ସ୍ତରରୁ ମହିଳା କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ । ମହିଳାମାନଙ୍କୁ ସ୍ୱାବଲମ୍ବି ଓ ସୁରକ୍ଷିିତ ରଖିବାକୁ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାସୀନ ହେବା ପରେ ଓଡ଼ିଶାରେ ମହିଳାମାନଙ୍କୁ ବିଶ୍ୱାସଘାତକତା କରିଛି ।
ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ମହିଳା କଂଗ୍ରେସର ପ୍ରୀୟଦର୍ଶିନୀ ଉଡାନ୍ କାର୍ଯ୍ୟକ୍ରମରେ ସାନିଟାରୀ ନାପ୍‌କିନ୍‌ସ୍ ମହିଳାମାନଙ୍କୁ ବିତରଣ କରାଯାଇଥିଲା । ଅଖିଳ ଭାରତ ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସରେ କେକ୍ କଟାଯିବା ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜୟଶ୍ରୀ ପଟ୍ଟନାୟକ, ପ୍ରଣତୀ ମିଶ୍ର, ପ୍ରତିମା ମଲ୍ଲିକ, ବିଶ୍ୱକଲ୍ୟାଣୀ କର, ଜୟସ୍ମିତା ମହାନ୍ତି, ଶ୍ରୀୟା ମହାନ୍ତି, ଲଳିତା ନାୟକ, ପ୍ରମିଳା ସାହୁ, ଉର୍ବଶ୍ରୀ ମିଶ୍ର, କାମିନୀ ମହାରଣା, ଅଞ୍ଜଳୀ ମଲ୍ଲକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.