ପୋଲସରା, (ପିପିଟି): ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ଗଙ୍ଗାଧର ସାହୁ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଏନଏସଏସ ୟୁନିଟ ତରଫରୁ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଯାଜ୍ଞସେନୀ ସାହୁଙ୍କ ସଭାପତିତ୍ୱରେ ସୁପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ସିଡ଼ିପିଓ ଶ୍ରୀମତୀ ତିଲୋତ୍ତମା ରାଉତ ଏବଂ ସୁପରଭାଇଜର ଶ୍ରୀମତୀ ସବିତା ଶବର ଓ ବତିଶି ଜଣ ଅଙ୍ଗନୱାଡି କର୍ମୀ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ରାଉତ ସମାଜର ଶିଶୁମାନେ କିପରି ସୁପୋଷିତ ହେବେ, ସରକାରଙ୍କ ସୁବିଧା ସୁଯୋଗ, ଅଙ୍ଗନାୱାଡି କର୍ମୀଙ୍କ ଦାୟିତ୍ୱ ଓ ଜନସଚେତନତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଯୁବ ଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ସୁପରଭାଇଜର ଶ୍ରୀମତୀ ସବିତା ଶବର ପ୍ରଶିକ୍ଷଣ ଉପକରଣକୁ ନେଇ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଏନ.ଏସ.ଏସ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଜାନକୀ କୁମାରୀ ସାହୁ ପରିଚାଳନା କରିଥିଲେ ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା