ପୋଲସରା ,୦୫/୦୮(ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଳକ ଅନ୍ତର୍ଗତ ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ୩୦/୦୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଛଅ ଦିବସୀୟ ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଗୋପୀନାଥ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ପୋଲିସ ଥାନା ସବଇନ୍ସପେକ୍ଟର ଅଜୟ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ସରୋଜ କାନ୍ତ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମା ସୁରକ୍ଷା କୌଶଳ ଅଫିସର ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ଶକ୍ତିଶ୍ରୀ ସଶକ୍ତୀକରଣ କର୍ମଶାଳା ଦ୍ଵାରା ଛାତ୍ରୀମାନେ ଆତ୍ମ ସୁରକ୍ଷା କୌଶଳର ବିକାଶ ସହ ଏଣ୍ଟି-ରାଗିଂ ଆଇନ ଓ ସାଇବର୍ ଠକେଇ ବିଷୟରେ ତାଲିମ ଗ୍ରହଣ କରି ନୈତିକ ସାହସ ସୃଷ୍ଟି ହେଇପାରିବ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅମୟ କୁମାର ସ୍ୱାଇଁ, ଡ଼କ୍ଟର ଏ ଜିତେଶ ରାଓ ଦୋରା, ପ୍ରେମାନନ୍ଦ ପ୍ରଧାନ, ଭକ୍ତଲତା ମହାପାତ୍ର, ସଲୀଳା ନାୟକ, ପ୍ରମିଳା ବେହେରା, ଏ ଶିବାନୀ ଦେବି ଆଚାରୀ, ଉମା ଶଙ୍କର ଗୌଡ଼, କୃଷ୍ଣଚନ୍ଦ୍ର ନାହାକ, ସିମାଞ୍ଚଳ ଗୌଡ଼, ଏନ ମୁଦୁରାଜୂ ଦୋରା, ନବଘନ ପ୍ରଧାନ, ଶୁଭଲଷ୍ମୀ ଖାଡ଼ଙ୍ଗା, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ, ଆଶିଷ କୁମାର ନାୟକ, ସନାତନ ନାୟକ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ଶକ୍ତିଶ୍ରୀ ସଶକ୍ତିକାରଣ ପ୍ରକୋଷ୍ଠ ଅଫିସର ଅଧ୍ୟାପିକା ମିନତୀ ଆଚାରୀ କର୍ମଶାଳାକୁ ସୁଚାରୁଭାବେ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ଡ଼କ୍ଟର ଏ ଜିତେଶ ରାଓ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା