ଏସଏସଭିଏମରେ ୭୭ ତମ ବନ ଉତ୍ସବ ପାଳନ ଏବଂ ବୃକ୍ଷରୋପଣ।

0 172

ପୋଲସରା , ୧୩/୦୭(ପିପିଟି): ପୋଲସରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୭୭ ତମ ବନମହୋତ୍ସବ ପାଳନ ଅବସରରେ ଅନୁଷ୍ଠାନର ସ୍କାଉଟ ଏବଂ ଗାଇଡସମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ସ୍କାଉଟ ମାଷ୍ଟର ନିଲକଣ୍ଠ ମହାରଣା ଏବଂ ଗାଇଡସ ଶିକ୍ଷୟତ୍ରୀ ଉର୍ମିଳା ମାଝୀ ଉଭୟଙ୍କ ନେତୃତ୍ୱରେ ପରିସର ମଧ୍ୟରେ ବିଭିନ୍ନ ପ୍ରକାରର ବୃକ୍ଷଚାରା ରୋପଣ କରାଯାଇଥିଲା। ଏଥିରେ ଅତିଥିଭାବେ ଖଲ୍ଲିକୋଟ ସଂକୁଳ ସୁରୀୟ ପ୍ରମୁଖ ବିଭୁତି ଭୂଷଣ ପାତ୍ର, ଅନୁଷ୍ଠାନର ସମ୍ପାଦକ ଦୁର୍ଗାପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ସୁକାନ୍ତି ସାହୁ ଏବଂ କୋଷାଧ୍ୟକ୍ଷ ଅମୁଲ୍ୟ କୁମାର ସାହୁ ପ୍ରମୁଖ ଯୋଗଦେଇ ବନ ମହୋତ୍ସବର ଆବଶ୍ୟକତା ଏବଂ ମହତ୍ତ୍ୱ ଉପରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଏହି ସମୟରେ ଅନ୍ୟ ସମସ୍ତ ଗୁରୁମା, ଗୁରୁଜୀ ଓ କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.