ମଦ ଦୋକାନ ବନ୍ଦ ପାଇଁ ରାସ୍ତାରୋକ ।

0 181

ଟିଟିଲାଗଡ଼, ୧୨/୦୭: ଟିଟିଲାଗଡ଼ ସହରର ହାଇସ୍କୁଲ ପଡା ଠାରେ ସରକାରଙ୍କ ପକ୍ଷରୁ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ନେଇ ଅଞ୍ଚଳବାସିଙ୍କ ପକ୍ଷରୁ ଜୋରଦାର ବିରୋଧ ଜାରୀ ରହିଛି । ଏନେଇ ଆଜି ପଡ଼ାର ଶତାଧିକ ମହିଲା ଜାତୀୟ ରାଜପଥ ଅବରୋଧ ସହ ଅଦ୍ୟାବଧି ଆନ୍ଦୋଳନ ଜାରୀ ରଖିଛନ୍ତି । ସୂଚନା ଯେ ଟିଟିଲାଗଡ଼ ଠାରେ ଏକ ନୂତନ ବିଦେଶୀ ମଦ ଦୋକାନ ରେଳୱେ ଷ୍ଟେସନ ରାସ୍ତାରେ ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ । ଏହାକୁ ନେଇ ପଡାବାସୀ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ହେଲେ ଲୋକଙ୍କ ବିରୋଧକୁ ବେଖାତିର କରି ମଦ ଦୋକାନ ଖୋଲାଯାଇଛି ।  ଏହାକୁ ନେଇ ଦ୍ଵିତୀୟ ଥର ପାଇଁ ମହିଲା ମାନେ ମଦ ଦୋକାନ ସମ୍ମୁଖରେ ଆନ୍ଦୋଳନ ଜାରୀ ରଖିଛନ୍ତି । ଦୁଇ ଦିନ ତଳେ ମହିଲା ମାନେ ଦୋକାନକୁ ମଦ କିଣିବାକୁ ଆସୁଥିବା ମଦ୍ୟପଙ୍କୁ ପାଣି ଗ୍ଲାସ ଚାଖଣା ବାଣ୍ଟି ଅଭିନଵ ପ୍ରତିବାଦ କରିଥିଲେ । ଘଟଣା ସ୍ଥଳରେ ଉପସ୍ଥିତ କଣ୍ଟାବାଞ୍ଜି ଅବକାରୀ ଅଧିକାରୀ ସଚିନ ବେହେରା ବଲାଙ୍ଗୀର ଜିଲାପାଳଙ୍କ ଆଦେଶ କ୍ରମେ ମଦ ଦୋକାନ ଖୋଲାଯାଇଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ବ୍ୟାପକ ପୁଲିସ ଏବଂ ଅବକାରୀ ଅଧିକାରୀ ମଦ ଦୋକାନରେ ଉପସ୍ଥିତ ରହି ମଦ ବିକ୍ରୀ ସୁନିଶ୍ଚିତ କରୁଥିବା ଦେଖାଯାଇଛି ।

 

Leave A Reply

Your email address will not be published.