ହୀରାକୁଦ ବନ୍ଧ ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ୱନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା ।

0 204

ସମ୍ବଲପୁର,୦୬/୦୭:ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏତତ୍ ଦ୍ବାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା ୦୯/୦୭/୨୦୨୬ ସମୟ ସକାଳ ୧୧ ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାର ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ।

Leave A Reply

Your email address will not be published.