ଯାଜପୁର,୨୧/୦୬(ପିପିଟି): ଧର୍ମଶାଳା ବ୍ଳକର ଦୁଇଗୋଟି ସ୍ଥାନରେ ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣର ପାଇଁ ଅଜି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଶିଳାନ୍ୟାଶ କରିଛନ୍ତି । ଯାଜପୁର ୨ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଡ଼ମଧୁପୁର ରେଳ ଷ୍ଟେସନ ଠାରୁ ଗେଙ୍ଗୁଟିଆ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତି କାରଣ ପାଇଁ ୬ କୋଟି ୩୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ ରେ ହେବାକୁଥିବା ରାସ୍ତାର ଆଜି ଏହି ଶିଳାନ୍ୟାଶ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଶିଳାନ୍ୟାଶ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତାର ଶିଳାନ୍ୟାଶ କରିଥିଲେ । ସେହିପରି ୫ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶାନ୍ତି ବଜାର ଠାରୁ ବାହାଗଡା ଭାୟା ଦକ୍ଷୀଣ ଶାସନ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ପ୍ରସସ୍ତିକରଣ ପାଇଁ ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାଶ କରିଛନ୍ତି । ଊଭୟ ସ୍ଥନରେ ରାସ୍ତା ନବୀକରଣ ହେବା ଫଳରେ ହଜାର ହଜାର ଲୋକେ ସୁରୁଖୁରରେ ଗମନା ଗମନ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରାଜେଶ୍ୱରୀ ଭୋଳ , କାର୍ଯ ନିର୍ବାହୀ ଯନ୍ତୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିଥିଲେ । ବିଧାୟକଙ୍କ ସହିତ ଏହି ଶିଳାନ୍ୟାଶ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ସାହୁ, ଜିଲ୍ଲାପରିଷଦ ସଦସ୍ୟ ଜଳଧର ମହାନ୍ତି, ବିଜେପି ଜୋନ ସଭାପତି ଶିବୁଲି ଧିର, ଦେବଦତ ପଣ୍ଡା, ଜିତେନ୍ଦ୍ର ରାଉତ, ପ୍ରଭାରୀ ରାଜେଶ ପାଳ, ଅଭିଶେକ ରାଉତ, ଆଲୋକ ଲେଙ୍କା, ଜାରକା ସରପଂଚ ସୁଦାମ ବେହେରା,ଅତ୍ମାର ଅଧ୍ୟକ୍ଷ ଉପେନ୍ଦ୍ର କର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଉଭୟ ସ୍ଥାନରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଓ ସାଧାରଣ ଲୋକେ ଉପସ୍ଥିତ ରହି ବିଧାୟକ ଶ୍ରୀ ସାହୁଙ୍କୁ ଏକ ଖୋଲା ଜିପରେ ବସାଇ ବାଜା, ବାଣ ସହ ଶୋଭାଯାତ୍ରାରେ ଶିଳାନ୍ୟାଶ ସ୍ଥଳକୁ ପାଛୋଟି ନେଇଥିଲେ ।