ପୋଲସରାରେ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

0 0

ପୋଲସରା ,୧୪/୦୫(ପିପିଟି):ଗଞ୍ଜାମ ଜିଲ୍ଲା ପୋଲସରାରେ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଅଧ୍ୟକ୍ଷ ତଥା ପୋଲସରା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଅଭିନାଶ ନାଇଡୁଙ୍କ ଅଧ୍ୟକ୍ଷତାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ବିଷୟ ଉପରେ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପୋଲସରା ପୌରପରିଷଦ ଅଧ୍ୟକ୍ଷା ସଙ୍ଗୀତା ବେହେରା ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା, ଏପିପି ଅବଦେସ ପଟ୍ଟନାୟକ ,ରମେଶ ଚନ୍ଦ୍ର ପ୍ରଧାନ , ବ୍ରଜବନ୍ଧୁ ଦଳବେହେରା ଏବଂ ଓକିଲ ବ୍ରଜେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ଅଧ୍ୟକ୍ଷ ମହୋଦୟ ନିଜର ବକ୍ତବ୍ୟରେ ଦିନକୁ ଦିନ ପରିବେଶ ଦୂଷିତ ହେଉଥିବାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଏହାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଏବଂ ସଚେତନ କରି ସର୍ବସାଧାରଣଙ୍କୁ ବୁଝାଇବାକୁ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷମାନଙ୍କୁ ପରାମର୍ଶ ଦେଇଥିଲେ।।ପରେ ଅନ୍ୟ ମଞ୍ଚାସୀନ ବ୍ୟକ୍ତିବୃନ୍ଦ ଏହି ସଚେତନତା ବିଷୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସଫେଇ କର୍ମଚାରୀଙ୍କୁ ସ୍ବଚ୍ଛତା ଯୋଦ୍ଧା ଭାବେ ପ୍ରସ°ଶା କରାଯାଇଥିଲା।ମଞ୍ଚ ପରିଚାଳନା ଏପିପି ବ୍ରଜବନ୍ଧୁ ଦଳ ବେହେରା ଏବଂ କ୍ଲର୍କ ଶେରୁ ସାମଲ କରିଥିବା ବେଳେ ଶେଷରେ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜେନା ସମସ୍ତଙ୍କୁ ପୌରପରିଷଦ ତରଫରୁ ଆନ୍ତରିକ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ଅଦାଲତର ସନ୍ଦୀପ କୁମାର ପ୍ରଧାନ, ସଲୀଲ କୁମାର ସାହୁ, ପ୍ରଶାନ୍ତ କୁମାର ପଣ୍ଡା ଓ ରୁପକ ଆଚାର୍ଯ୍ୟଙ୍କ ସମେତ ପୌରପରିଷଦର ସାନିଟାରୀ ଏକ୍ସପର୍ଟ ତେଜସ୍ପିନି ନାୟକ, କନିଷ୍ଠ ଯନ୍ତ୍ରୀ, ସମସ୍ତ କାଉନସିଲର ବୃନ୍ଦ, ବିଭାଗୀୟ ଷ୍ଟାଫ ଏବଂ କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.