ତୁର୍କେଲ ପୋଲ ମରାମତି ଏବଂ ନୂତନ ପୋଲ ନିର୍ମାଣ ହେବ : ସାଂସଦ ।

0 0

ଭବାନୀପାଟଣା,୧୩/୦୫: ତୁର୍କେଲ ନିକଟରେ ଥିବା ତେଲ ନଦୀ ପୋଲ ମରାମତି ପାଇଁ ରାଜ୍ୟ ସରକାର ୧୬ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏଥିସହିତ ଭବାନୀପାଟଣାରୁ ଖଡ଼ିଆଳ ଯାଏଁ ୪ ଲାଇନ ରାସ୍ତା ନିର୍ମାଣ ହେବ। ଏଥିପାଇଁ ୬୪୦ କୋଟି ଟଙ୍କା ମଞ୍ଜୁର ହେଇଛି। ସେଥିରୁ ତୁର୍କେଲ ନିକଟରେ ତେଲ ନଦୀ ରେ ନୂତନ ପୋଲ ନିର୍ମାଣ ପାଇଁ ୯୧ କୋଟି ଖର୍ଚ୍ଚ ବ୍ୟବସ୍ଥା ଥିବା କଳାହାଣ୍ଡି ସାଂସଦ ମାଳବିକା ଦେବୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଗତ ଅକ୍ଟୋବର ରେ ପୋଲରେ ଫାଟ ଦେଖାଦେବା ପରେ ସେହିଁପୋଲ ଦେଇ ଯାତାୟାତ ବନ୍ଦ ରହିଛି। ତେବେ ଇତି ମଧ୍ୟରେ ଏକାଧିକ ବିଶେଷଜ୍ଞ ଦଳ ତଦାରଖ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପରେ ପୁରୁଣା ପୋଲ ମରାମତି ସହିତ ଭବାନୀପାଟଣାରୁ ଖଡ଼ିଆଳକୁ ୪ ଲାଇନ୍ ରାସ୍ତା ସହିତ ନୂତନ ପୋଲ ନିର୍ମାଣ ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ସାଂସଦ ସୂଚନା ଦେଇଥିଲେ। ତେବେ ପୋଲ ମରାମତି ପାଇଁ ଏବଂ ନୂତନ ପୋଲ ନିର୍ମାଣ ପାଇଁ କେତେ ସମୟସୀମା ଧାର୍ଯ୍ୟ ହେଇଛି ସେନେଇ ସାଂସଦ ସ୍ପଷ୍ଟ କରିନଥିଲେ।

ପୂର୍ବ ସରକାର କାହିଁକି ତୁର୍କେଲ ପୋଲ ମରାମତି କରିପାରିଲେ ନାହିଁ ? ଆମ ସରକାର ବ୍ୟବସ୍ଥିତ ଭାବେ ପୋଲ ର ଉଭୟ ମରାମତି ଏବଂ ନୂତନ ପୋଲ ନିର୍ମାଣ କାମକୁ ଆଗେଇ ନେଉଛି। ଅନ୍ୟମାନେ ରାଜନୈତିକ ଉଦ୍ଦେଶ୍ୟ ରଖି କାର୍ଯ୍ୟକ୍ରମ ମାନ କରୁଛନ୍ତି ବୋଲି ସମ୍ମିଳନୀରେ ଉପସ୍ଥିତ ଧର୍ମଗଡ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ ମତ ପ୍ରକାଶ କରିଥିଲେ। ବିଜେପି ଜିଲା ସଭାପତି ଯୁଗଳ କିଶୋର ପୋଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପ ସଭାପତି ମୁକେଶ ଅଗ୍ରୱାଲ ଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.