ସୁବର୍ଣ୍ଣପୁର ଜିଲ୍ଲା ଟପ୍ପର ହେଲେ ସାହାରା ଟ୍ରଷ୍ଟ ହାଇସ୍କୁଲର ସୁଶ୍ରୀ ସୁଭଦର୍ଶିନୀ ପୁଜାହାରୀ 

0 25

ସୁବର୍ଣ୍ଣପୁର ,୦୩/୦୫(ପିପିଟି ):ଗତକାଲି ରାଜ୍ୟ ରେ ହାଇସ୍କୁଲ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ରେ ୮୧୪୭ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୭୭୧୩ ଜଣ ୯୬.୧୨% ହାରରେ ପରୀକ୍ଷାର୍ଥୀ ପାସ କରିଥିବା ଓ ୧୩୦ ପରୀକ୍ଷାର୍ଥୀ ପରିକ୍ଷାରେ ଅନୁପସ୍ଥିତ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଠାରୁ ସୁଚନା ମିଳିଛି । ଜିଲ୍ଲା ରେ ସମୁଦାୟ ଏ ୧ ଗ୍ରେଡରେ ୪୦ ଜଣ ପରୀକ୍ଷାର୍ଥୀ,ଏ ୨ରେ ୨୧୬ ଜଣ, ବି ୧ ରେ ୫୦୯ ଜଣ, ବି ୨ ରେ ୧୦୨୦ ଜଣ, ସି ଗ୍ରେଡ ରେ ୧୮୦୫ ଜଣ, ଡି ଗ୍ରେଡ ରେ ୨୩୮୪ ଜଣ, ଇ ଗ୍ରେଡ ରେ ୧୭୩୯ ଜଣ ପରୀକ୍ଷାର୍ଥୀ କୃତିତ୍ୱ ହାସଲ କରିଛନ୍ତି । ଓ ଜିଲ୍ଲା ରେ ୮୧୪୭ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ମାତ୍ର ୩୦୪ ଜଣ ପରୀକ୍ଷାର୍ଥୀ ଫେଲ ହୋଇଥିବା ବେଳେ ସମୁଦାୟ ୭୭୧୩ ଜଣ ପରୀକ୍ଷାର୍ଥୀ କୃତିତ୍ୱ ଅର୍ଜନ କରି ଜିଲ୍ଲା ରେ ୯୬. ୧୨% ପାସ ହାର ରହି ଜିଲ୍ଲା ର ଗୌରଵ ବୃଦ୍ଧି କରିଛନ୍ତି । ସେ ମଧ୍ୟରୁ ୫୬୯ ମାର୍କ ୯୪. ୮୩% ରଖି ସୁବର୍ଣ୍ଣପୁର ଜିଲ୍ଲା ଟପ୍ପର ଭାବେ ସାହାରା ଟ୍ରଷ୍ଟ ହାଇସ୍କୁଲ ର ଛାତ୍ରୀ ସୁଶ୍ରୀ ଶୁଭଦର୍ଶନୀ ପୂଜାହାରୀ କୃତିତ୍ୱ ହାସଲ କରି ସାହାରା ଟ୍ରଷ୍ଟ ହାଇସ୍କୁଲ ସମେତ ସମଗ୍ର ଜିଲ୍ଲା ର ଗୌରଵ ବୃଦ୍ଧି କରିଥିବା ଜଣା ଯାଇଛି । ଆଜି ସୁଶ୍ରୀ ପୂଜାରୀ ଙ୍କ ପାଖକୁ ଜିଲ୍ଲା ର ଅନେକ ଜାଗାରୁ ଶୁଭେଛାର ସୁଅ ଛୁଟିଥିବା ବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମଧ୍ୟ ଶୁଭଦର୍ଶନୀ ଙ୍କୁ ଶୁଭେଛା ଓ ସଫଳତା ଜଣାଇଥିବା ସୁଚନା ମିଳିଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.