ଆଞ୍ଚଳିକ ମହିଳା ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳନ।

0 279

ପୋଲସରା ,୦୨/୧୨(ପିପିଟି) : ପୋଲସରା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଯୁବ ରେଡକ୍ରସ୍ ସଂଯୋଜକ ଡ. ଆଶିଷ କୁମାର ପ୍ରଧାନ ଓ ସନ୍ଧ୍ୟା କୁମାରୀ ନାୟକଙ୍କ ନେତୃତ୍ବରେ ଅଧ୍ୟୟନରତ ୧୩୦ ଜଣ ସ୍ବେଚ୍ଛାସେବୀ ଛାତ୍ରୀମାନଙ୍କ ଦ୍ଵାରା ଏକ ସଚେତନତା ରାଲୀ ବାହାର କରାଯାଇ ନଗର ପରିକ୍ରମା କରାଯାଇଥିଲା। ଏହି ସମୟରେ ହାତରେ ପ୍ଲା- କାର୍ଡ ଏବଂ ସ୍ଳୋଗାନ ଦ୍ଵାରା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ପରେ ଅଧ୍ୟକ୍ଷା ପ୍ରଦୀପ କୁମାର ପରମଗୁରୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ମହାବିଦ୍ୟାଳୟରେ କରାଯାଇଥିଲା। ଏଥିରେ ଅନୁଷ୍ଠାନର ନିକଟସ୍ଥ ବୁଗୁଡ଼ା ବ୍ଲକ୍ ମାଣିତରା ବିଜ୍ଞାନ ମହାବିଦ୍ୟାଳୟ ରେଡକ୍ରସ୍ ସଂଯୋଜକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଏଡ଼ସ ରୋଗ ଉପରେ ସଚେତନ କରାଇବା ସହ “ରୋଗକୁ ଘୃଣା କର, କିନ୍ତୁ ରୋଗୀଙ୍କୁ ନୁହଁ”ବୋଲି ପରାମର୍ଶ ଦେଇଥିବାବେଳେ ଉପସ୍ଥିତ ଅନୁଷ୍ଠାନର ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିବାସହ ଏହି ରୋଗ ବିଷୟ ଉପରେ କରାଯାଇଥିବା ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଅନୁଷ୍ଠାନର କର୍ମଚାରିଗଣ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.