୧୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମହିଳା ଗିରଫ ।

0 951

ଭଞ୍ଜନଗର, ୧୯/୦୩(ପିପିଟି ):ତାର ସିଂ ଥାନାରେ ଗତ ୨୦୨୪ମସିହା ମେ ୨୮ ତାରିଖ ସନ୍ଧ୍ୟାରେ ଢୋଲ ପିଟା ଗ୍ରାମର ଚନ୍ଦ୍ର ଶେଖର ସେଠୀଙ୍କ ପତ୍ନୀ ବିବାସିନୀ ସେଠୀ ଏବଂ ସେହି ଗ୍ରାମର ଅନ୍ୟ ୧୩ ଜଣ ମହିଳା ଓ ପୁରୁଷଙ୍କ ସହିତ ତାରାସିଂ ଥାନାରେ ଠକେଇ ସମ୍ପର୍କରେ ଅଭିଯୋଗ କରିଥିଲେ।ସେହି ଗ୍ରାମର ଫରେଷ୍ଟ ଛକରେ ରହୁଥିବା ସନ୍ଧ୍ୟାରାଣୀ ସାହୁ ଓ ତାଙ୍କ ସ୍ୱାମୀ ଅନିଲ କୁମାର ସାହୁ ଅନ୍ୟ ଗ୍ରାମବାସୀଙ୍କ ନାମରେ ଋଣ ନେଇଛନ୍ତି ଏବଂ ତାଙ୍କ କାମରେ ଟଙ୍କା ନିବେଶ କରିଥିବା ଉଲ୍ଲେଖ କରିଥିଲେ।ଏସମ୍ପର୍କରେ ସନ୍ଧ୍ୟାରାଣୀ ଏବଂ ତାର ସ୍ୱାମୀ ଅନୀଲ କୁମାର କୁ ପଚାରିବାରେ ସେମାନଙ୍କ ନାମରେ ଋଣ ନେଇଥିବା ଦୁହେଁ ସ୍ବୀକାର କରିଥିଲେ ଏବଂ ଋଣ ପରିଶୋଧ କରିବାକୁ ରାଜି ହୋଇ ଥିଲେ। ସନ୍ଧ୍ୟାରାଣୀ ଏବଂ ଅନିଲ କୁମାର ଚଞ୍ଚକତା କରି ଠକେଇ କରିଥିବା ଜଣା ପଡିଥିଲା।ସେଥି ମଧ୍ୟରେ ବିଳାସ ନାୟକ, ଲକ୍ଷ୍ମୀ ନାୟକ,ପ୍ରଭାସିନୀ ବିଷୋୟୀ, ଆରତୀ ନାୟକ,ପ୍ରଫୁଲ ଗୌଡ, ଖଲି ନାୟକ, ସୁଲତା ସାହୁ, କୁନି ଗୌଡ଼,ରାନୁ ଗୌଡ଼, ବିବାସିନି ସେଠୀ,ଭାରତୀ ନାୟକ, ଲକ୍ଷ୍ମୀ ଗୌଡ଼, ଗୋଲାପ ଗୌଡ଼ ଏବଂ ସତ୍ୟଭାମା ନାୟକଙ୍କ ନାମରେ ମୋଟ ୧୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଛନ୍ତି।ସେସବୁ ଫେରସ୍ତ ନକରିବା କାରଣରୁ ଆଜି କେସ ନମ୍ବର ୧୭୫/୨୪ କୁ ଆଧାର କରି ସନ୍ଧ୍ୟାରଣୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତାର ସିଂ ଆଇଆଇସି ଶୁଭଲଷ୍ମୀ ପୂଜାରୀ କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.